Site icon Awaj Media

ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ସଂଘ ବୈଠକ !!!

Spread the love

ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଶିକ୍ଷା ର ବିକାଶ ନିମନ୍ତେ ଚ଼େଷ୍ଟିତ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରେସନ ଫର୍ ଦିବ୍ୟାଙ୍ଗ (ଓଏସ୍ଇଏଫଡ଼ି) ଖୋର୍ଦ୍ଧା ଜିଲ୍ଲା ର ବୈଠକ ଆଜି ବୋଲଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା ସଭାନେତ୍ରୀ ଏଲୋରା ପ୍ରିୟଦର୍ଶିନୀ ମହାପାତ୍ର, ଉପ-ସଭାପତି ଦେବାଶିଷ ପତି, ସମ୍ପାଦିକା ଶୁଭ୍ରାଙ୍ଗୀ ପ୍ରିୟବାଦିନୀ, ଯୁଗ୍ମ ସମ୍ପାଦକ ଅଶ୍ବିନୀ ମୁଦୁଲି, ସଂଯୋଜକ ବିଶ୍ବବିଜୟୀ ଦାଶ, ସହ ସଂଯୋଜକ ସୁଶିଲ କୁମାର ସାହୁ, ଆଇଟି ସେଲ ସଂଯୋଜକ ପ୍ରିୟଙ୍କା ପ୍ରିୟଦର୍ଶିନୀ, ସଂଗଠକ ଲୋକଜିତ ପରିଡ଼ା, ସନାତନ ସାହୁ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାରେ ସଂଘ ର ସଂଗଠନ କୁ ମଜଭୁତ କରିବା ସହ ଅନ୍ତର୍ନିବେଶୀ ଶିକ୍ଷାର ମହତ୍ତ୍ବ ଓ ଗୁରୁତ୍ବ ବିଷୟରେ ଏକ ସଚ଼େତନତା କାର୍ଯ୍ୟକ୍ରମ ଜିଲ୍ଲାରେ କରିବା ପାଇଁ ଆଲୋଚ଼ନା କରାଯାଇଥିଲା । ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନେ କୌଣସି ଗୁଣରେ କମ୍ ନୁହଁନ୍ତି, ସେହି ଛାତ୍ରଛାତ୍ରୀ ମାନଙ୍କୁ ଉପଯୁକ୍ତ ଶିକ୍ଷା ଓ ପ୍ରଶିକ୍ଷଣ ଦ୍ବାରା ସେହି ମାନେ ସମାଜରେ ସ୍ବାବଲମ୍ବୀ ହୋଇ ପାରିବେ। ଉକ୍ତ ସଭାରେ RPWD ଆଇନ ଓ ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଧାରିତ ରାୟ ଅନୁସାରେ ଓଡ଼ିଶା ର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟ ରେ ଜଣେ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା କୁ ତ୍ବରାନ୍ବିତ କରିବା ନିମନ୍ତେ ରାଜ୍ୟ ସରକାର ଙ୍କ ନିକଟରେ ସଂଘ ତରଫରୁ ଅନୁରୋଧ କରାଗଲା । ଏହି ନିଯୁକ୍ତି କରାଗଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନେ ଉପଯୁକ୍ତ ଶିକ୍ଷା ଗ୍ରହଣ କରିପାରି ସମାଜ ର ମୁଖ୍ୟସ୍ରୋତ ରେ ସାମିଲ ହୋଇ ପାରନ୍ତେ ବୋଲି ସଂଘ ର କର୍ମକର୍ତ୍ତା ମତ ରଖିଥିଲେ । ଏହି ଅବସରରେ ୪୦ ରୁ ଉର୍ଦ୍ଧ୍ବ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

Exit mobile version