Site icon Awaj Media

ବିଶିଷ୍ଟ ଶିକ୍ଷାବିତଙ୍କୁ ଶ୍ରଦ୍ଧାଞ୍ଜଳୀ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ଅଗ୍ରଣୀ ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦର ପୂର୍ବତନ ଉପଦେଷ୍ଟା ତଥା ଜଗତସିଂହପୁର ଜିଲ୍ଲା ତରଡ଼ାପଡ଼ା ପଞ୍ଚାୟତ ଚାନ୍ଦୁରା ଗ୍ରାମର ପୂର୍ବତନ ତହସିଲଦାର ସ୍ବର୍ଗତ ଦୈତାରି ମିଶ୍ରଙ୍କ ଜ୍ୟେଷ୍ଠପୁତ୍ର ଶିକ୍ଷାବିତ ଦିବାକର ମିଶ୍ରଙ୍କ ଦ୍ଵାଦଶ ଦିବସରେ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ତରଡ଼ାପଡ଼ା ପଞ୍ଚାୟତର ସରପଞ୍ଚ ଦିଲିପି ମହାନ୍ତି, ସମିତି ସଭ୍ୟ ଦେବଯାନୀ ଦାସ, କଂଗ୍ରେସର ବରିଷ୍ଠ ନେତା ନଟବର ବାରିକ, ଦିବାକର ମିଶ୍ରଙ୍କ ପୁତ୍ର ଦୁର୍ଗା ପ୍ରସାଦ ମିଶ୍ର, ଦିପ୍ତି ପ୍ରସାଦ ମିଶ୍ର, ଗିରିଜା ପ୍ରସାଦ ଦାଶ, ଭାଇ ପ୍ରଭାକର ମିଶ୍ର, ନିର୍ମଳ ମିଶ୍ର, ଜ୍ବାଇଁ ଆଇନଜୀବୀ ପ୍ରସନ୍ନ କୁମାର ମିଶ୍ର, ସତ୍ୟସାଇ ମିଶ୍ର, ଆଦିତ୍ୟ ପ୍ରସାଦ ଦାଶ, ବିପିନ୍ ମିଶ୍ର, ବୋହୂ ପ୍ରତିମା ମିଶ୍ର, ଝିଅ ଲୋପାମୁଦ୍ରା ମିଶ୍ର, ବିଜୟଲକ୍ଷ୍ମୀ ମିଶ୍ର, ସୋନାଲି ମିଶ୍ର, ଗ୍ରାମର ଅନେକ ବୁଦ୍ଧିଜୀବୀ, ନାତି, ନାତୁଣୀ, ବନ୍ଧୁ ଓ ପରିବାର ବର୍ଗ ଉପସ୍ଥିତ ଥିଲେ । ସେ ଜଣେ ସ୍ନେହୀ , ପରୋପକାରି, ମିଷ୍ଟଭାଷୀ ଓ ବୁଦ୍ଧିଜୀବୀ ଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ । ତାଙ୍କର ଅକାଳ ବିୟୋଗ ରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Exit mobile version