Site icon Awaj Media

ଅରପୁର ଗ୍ରାମରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ଅରପୁର ଗ୍ରାମରେ ଆୟୋଜିତ ହୋଇଯାଇଛି ମାଗଣା ଚକ୍ଷୁ ଚିକିତ୍ସା ଶିବିର . କୋଭିଡ କଟକଣା ପରେ ବିଭିନ୍ନ ପ୍ରକାର ସାମାଜିକ ଓ ସାଂସ୍କୃତିକ ପର୍ବ ପର୍ବାଣି ଉପରେ ପ୍ରତିବନ୍ଧକ ହଟିଛି । ଚଳିତ ବର୍ଷ ରଜ ପର୍ବ ଧୁମ୍ ଧାମରେ ପାଳିତ ହେଉଛି ବାଙ୍କୀ ଉପଖଣ୍ତରେ । ଡମପଡା ବ୍କକ ଅନ୍ତର୍ଗତ ଅରପୁର ଗ୍ରାମରେ ଜୁନ୍ ୧୨ ତାରିଖରୁ ଆରମ୍ଭ ହୋଇଛି ୮ ମ ବାର୍ଷିକ ଅରପୁର ପଲ୍ଲୀ ରଜ ମହୋତ୍ସବ । ଏହାର ଉଦଘାଟନ ଦିବସରେ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ସହଯୋଗରେ କଟକର ରୋଟାରୀ ଚକ୍ଷୁ ଡାକ୍ତରଖାନା ତରଫରୁ ଅରପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ଵାରା ମାଗଣାରେ ଚକ୍ଷୁ ପରୀକ୍ଷା ସହିତ ଔଷଧ ବଣ୍ଟନ କରାଯାଇଥିଲା । ଆଗାମୀ ଦିନ ମାନଙ୍କରେ ରଜ ସାହିତ୍ୟ ଆସର ସହିତ ବୃକ୍ଷରୋପଣ, କୃଷକ ସମାବେଶ, ସ୍ବାସ୍ଥ୍ୟ ,ଯୋଗ ଶିବିର ଏବଂ ଝିଅ ବୋହୁଙ୍କ ଭିତରେ ରଜ ସଂପର୍କିତ ବିଭିନ୍ନ ପ୍ରତିଯୋଗୀତା କରାଯାଇ ପୁରସ୍କୃତ କରାଯିବ । ପଲ୍ଲୀ ରଜ ମହୋତ୍ସବର ପ୍ରଥମ ଦିନର ଜନକଲ୍ୟାଣ ମୂଳକ କାର୍ଯ୍ୟକ୍ରମକୁ ସାମ୍ବାଦିକ ଶୁଭେନ୍ଦୁ କୁମାର ମହାପାତ୍ର, ଅକ୍ଷୟ କୁମାର ସାମଲ, ପିତବାସ ସାହୁ, ଗଦାଧର ନାୟକ , ସୁମନ୍ତ କୁମାର ମହାନ୍ତି , ମାନସ ମଲ୍ଲିକ ପ୍ରମୂଖ ପରିଚାଳନା କରିଥିଲେ । ଚଳିତ ବର୍ଷର ରଜ ଉତ୍ସବ ବାଙ୍କୀ ଉପଖଣ୍ତର ବିଭିନ୍ନ ଗ୍ରାମ ତଥା ଢଂସର, ମଧୁଆପଲ୍ଲୀ , ପର୍ଶୁରାମପୁର , ବାଙ୍କୀଗଡର ସୁନାଦେଇ, ତାଳବସ୍ତ ଓ ବାଙ୍କୀ ବଜାରର ଋଚିକ ରଜ ମହୋତ୍ସବ ଦର୍ଶକ ମାନଙ୍କୁ ବିଭୋର କରିବା ପାଇଁ ସଜବାଜ ହେଲେଣି ।

 

Exit mobile version