Site icon Awaj Media

ମହାନଦୀ ମାତାଙ୍କ ସନ୍ଧ୍ୟା ଆଳତୀ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମୃତା ପଟ୍ଟନାୟକ : ମହାନଦୀ କେବଳ ଏକ ନଦୀ ନୁହେଁ !! ମହାନଦୀ ହେଉଛି ଓଡ଼ିଶାର ଜୀବନ ରେଖା, ମହାନଦୀ ହେଉଛି ଓଡ଼ିଆ ମାନଙ୍କ ପରିଚୟ ! ମହାନଦୀ ହେଉଛି ଚାଷୀ ମାନଙ୍କ ପାଇଁ ଆଶୀର୍ବାଦ, ମହାନଦୀ ହେଉଛି ଓଡିଶା ପାଇଁ ବରଦାନ !! ମହାନଦୀର ମାହାତ୍ମ୍ୟ ଓ ତାର ଉପକାରୀତା ଓଡ଼ିଆଙ୍କ ପାଇଁ ବରଦାନ ସଦୃଶ । ମଙ୍ଗଳବାର ସନ୍ଧ୍ୟା ୬ଘଟିକା ସମୟରେ ଗଡଗଡିଆ ଘାଟ ଠାରେ ମହାନଦୀ ପୂଜନ କମିଟି, କଟକ ପକ୍ଷରୁ ଆଜି ମହାନଦୀ ଆଳତି ପୂର୍ଣ୍ଣମୀ ତିଥିରେ ଅନୁଷ୍ଠିତ ହୋଇଥିଲା । ଏହି କମିଟି ଦ୍ବାରା ପ୍ରତ୍ୟେକ ପୂର୍ଣ୍ଣମୀ ତିଥିରେ ୧୦୮ ଆଳତି ବର୍ଷ ତମାମ ହେବାକୁ ସ୍ଥିର କରାଯିବା ପରିପ୍ରେକ୍ଷୀରେ ଆଜି ଦ୍ୱିତୀୟ ଥର ପାଇଁ ଏହି ଆଳତି ପୂଜନ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଥାଉକି ମହାନଦୀ ଓଡ଼ିଶା ର ବଡ଼ ନଦୀ ତଥା ଜନ ଜୀବନ ସହିତ ନିତ୍ୟ ପ୍ରତ୍ୟୟ ଜଡ଼ିତ, ଚାଷ ଓ ପାନୀୟ ଜଳ ଯୋଗାଣରେ ଏହି ନଦୀର ଅବଦାନ ମା ପରି, ଏଣୁ ମହାନଦୀର ସୁରକ୍ଷା ସହିତ ଆଧ୍ୟାତ୍ମିକତା ଦୃଷ୍ଟିକୋଣରୁ ଓଡ଼ିଶାର ଜନ ସାଧାରଣଙ୍କ ମଙ୍ଗଳ କାମନା ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଛି । ମହାନଦୀ ପୂଜନ କମିଟି ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ସର୍ବଶ୍ରୀ ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, କ୍ଷୀରୋଦ କୁମାର ସାହୁ, ଅଶ୍ଵିନୀ ମହାରଣା, ସଂଗ୍ରାମ ସାମନ୍ତରାୟ, ଭରତ ଚନ୍ଦ୍ର ମିଶ୍ର, ଭାଗବତ ସାହୁ, ଉପେନ୍ଦ୍ର ବେହେରା, ପ୍ରଶାନ୍ତ ସାହୁ, ଅମୂଲ୍ୟ ରାଉତରାୟ, ଜ୍ଞାନରଞ୍ଜନ ସ୍ୱାଇଁ, ମହେଶ ରାୟ, ପ୍ରମୋଦ କୁମାର ଦାସ, କୃଷ୍ଣ ପ୍ରସାଦ ସୁବୁଦ୍ଧି, ପ୍ରିୟବ୍ରତ ପଟ୍ଟନାୟକ, ରବୀନ୍ଦ୍ର ସାହୁ, ଗଙ୍ଗାଧର ବେହେରା, ଶିବ ଭୂଇଁଆ, ଯଶୋବନ୍ତ ବେଉରା, ହେମନ୍ତ କୁମାର ସାହୁ, ବିଶ୍ୱଜିତ୍ ମହାନ୍ତି, ଜଗନ୍ନାଥ୍ ଚୌଧୁରୀ ଓ କଟକର ସାମାଜିକ ସଂଗଠନ ସିଲଭର ସିଟି, ଗଡଗଡିଆ ଖଟି, ଏଇତ ଜୀବନ, ପ୍ରତିଧ୍ଵନି ସଂଗଠନ, ବଂଶୀ ସାମାଜିକ ସଙ୍ଗଠନ ର ସଦସ୍ୟ ମାନେ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆଗାମୀ ଦିନରେ ଓଡିଶା ବାସୀ ମହାନଦୀର ମହାତ୍ମ୍ୟ ଓ ଉପସ୍ଥିତି କୁ ବିଶ୍ୱ ସ୍ତରରେ ପ୍ରଚାର ଓ ପ୍ରସାର କରିବେ ବୋଲି ଆଶା ଓ ବିଶ୍ୱାସ ।

Exit mobile version