Site icon Awaj Media

ଯୁବ ମୋର୍ଚ୍ଚା ପକ୍ଷରୁ ବିକାଶ ତୀର୍ଥ ବାଇକ ରାଲି ସମାବେଶ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା କାର୍ଯ୍ୟାଳୟ ଠାରୁ ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଠ ବର୍ଷ ପୂର୍ତ୍ତି ଉପଲକ୍ଷେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ତେଜସ୍ୱି ସୁରିୟା ଜୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ ଙ୍କ ଆହ୍ୱାନ କ୍ରମେ ଓ ବିଜେପି ଜିଲ୍ଲା ଯୁବ ସଭାପତି ସନ୍ତୋଷ ଜେନାଙ୍କ ନେତୃତ୍ୱରେ ଏକ ବାଇକ ରାଲି ଅନୁଷ୍ଠିତ ହୋଇ ଯାଇଛି । ଆଠ ବର୍ଷ ସେବା, ସୁ ଶାସନ , ଗରିବ କଲ୍ୟାଣ ପର୍ବ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ଯୁବ ମୋର୍ଚ୍ଚା ପକ୍ଷରୁ ବିକାଶ ତୀର୍ଥ ବାଇକ ରାଲି ସମାବେଶ କରାଯାଇ ସହର ପରିକ୍ରମା କରା ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ପାରଳା ବିଧାୟକ ତଥା ବିଜେପି ଜିଲ୍ଲା ସଭାପତି କେ ନାରାୟଣ ରାଓ , ସି ଏଚ ସୀମାଦ୍ରୀ, ଜଗନ୍ନାଥ ମହାପାତ୍ର , ବାବୁନା ବେହେରା ଙ୍କ ସମେତ ବହୁ ବଜେପି କର୍ମୀ ଉପସ୍ଥିତ ଥିଲେ ।

Exit mobile version