Site icon Awaj Media

ସର୍ବ ଭାରତୀୟ ଟୁରିଷ୍ଟ ଫେଷ୍ଟିଭାଲ୍ ରେ ଓଡ଼ିଶାରୁ ଯୋଗଦେଲେ ଦାରିଙ୍ଗବାଡ଼ି ହୋଟେଲ୍ ସଂଘ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ତିନିଦିନିଆ ସର୍ବ ଭାରତୀୟ ଟୁରିଷ୍ଟ ଫେଷ୍ଟିଭାଲ କୋଲକତାର ଖୁଡିରାମ ଇଣ୍ଡର ଷ୍ଟାଡିୟମରେ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ହୋଟେଲ ଆସୋସିଏସନ ଯୋଗଦେଇ ଓଡ଼ିଶା ଟୁରିଜମ କୁ ସର୍ବ ଭାରତୀୟ ସ୍ତରରେ ପ୍ରମୋଟ କରିଥିଲେ । ଆନ୍ତର୍ଜାତୀୟ ଏହି ଫେଷ୍ଟିଭାଲ ସକାଳ ୧୧ ରୁ ରାତ୍ରି ୮ ଟା ଯାଏ ତିନି ଦିନ ଧରି ଚାଲିଥିଲା । ଏଥିରେ ସମସ୍ତ ରାଜ୍ୟରୁ ବିଭିନ୍ନ ଷ୍ଟଲ ହୋଇଥିବା ବେଳେ ଦାରିଙ୍ଗବାଡ଼ି ହୋଟେଲ ଆସୋସିଏସନ ପକ୍ଷରୁ ମଧ୍ୟ ଦାରିଙ୍ଗବାଡ଼ି , କନ୍ଧମାଳ ଓ ଏହାର ଆଖପାଖ ଠାରେ ଥିବା ସମସ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକ ଉପରେ ଏବଂ ଦାରିଙ୍ଗବାଡ଼ି ରେ ପର୍ଯ୍ୟଟକଙ୍କୁ ଦିଆଯାଉଥିବା ସମସ୍ତ ସୁବିଧା ଉପରେ ଗୋଟିଏ ଷ୍ଟଲ ଖୋଲି ଲୋକଙ୍କୁ ବୁଝାଇ ଆନ୍ତର୍ଜାତୀୟ ସ୍ତରରେ ଅଧିକ ରୁ ଅଧିକ ନାମ କରି ପାରିଥିବା ଜଣାପଡ଼ିଛି ।

Exit mobile version