Site icon Awaj Media

ନୟାଗଡ ଜିଲ୍ଲା ମନ୍ତ୍ରୀ ଶୂନ୍ୟ : ଜିଲ୍ଲା କଂଗ୍ରେସ ଚିନ୍ତନ ଶିବିରରେ ବିଜେଡି କୁ ଆକ୍ଷେପ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଅଖିଳ ଭାରତ କଂଗ୍ରେସ କମିଟି ଉଦୟପୁର ନବ ସଂକଳ୍ପ ଶିବିର ନିଷ୍ପତି କ୍ରମେ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ସଭାପତି ଆଇନଜୀବି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କଂଗ୍ରେସ ଚିନ୍ତନ ଶିବିର ସ୍ଥାନୀୟ ହୋଟେଲ ନୀଳମାଧଵ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଏହି ଦିନିକିଆ ସଂକଳ୍ପ ଶିବିରରେ ଜିଲ୍ଲାକୁ ମନ୍ତ୍ରୀ ଶୂନ୍ୟ କରାଯାଇ ୧୨ ଜିଲ୍ଲାବାସୀଙ୍କ ପ୍ରତି ନବୀନ ସରକାର ବିଶ୍ୱାସଘାତ କରିଥିବା ଦଳ ପକ୍ଷରୁ କୁହାଯାଇଛି l ଏହି ଚିନ୍ତନ ଶିବିରରେ ଜିଲ୍ଲା ପର୍ଯ୍ୟବେକ୍ଷଜ ବରିଷ୍ଠ ନେତା ମନୋରଞ୍ଜନ ଦାସ, ପ୍ରଦେଶ କିଷାନ କଂଗ୍ରେସ ସଭାପତି ଅମୀୟ ପଟ୍ଟନାୟକ, ପିସିସି ସାଧାରଣ ସମ୍ପାଦକ ବିସ୍ମୟ ମହାପାତ୍ର, ପିସିସି ସମ୍ପାଦକ ହୁସେନ ଖାଁ, କନ୍ଧମାଳ ଜିଲ୍ଲା ସଭାପତି ଅନାମ ଚରଣ ନାୟକ, ବରିଷ୍ଠ ନେତା ସରୋଜ କୁମାର ପରିଡା, ରାଜୀବ ଗାନ୍ଧୀ ୟୁଥ ଫୋରମ ସଭାପତି ସତ୍ୟବ୍ରତ ନାୟକ, ମହିଳା କଂଗ୍ରେସ ନେତ୍ରୀ ନିରୁପମା ପାତ୍ର, ପ୍ରମୁଖ ମଞ୍ଚାସିନ କାର୍ଯ୍ୟକର୍ତା ଦଳର ସାଙ୍ଗଠନିକ ଶକ୍ତି ବୃଦ୍ଧି ପାଇଁ ମାନସମନ୍ଥନ କରିଥିଲେ l ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ ୯ ରୁ ୯୦ ବିଧାୟକ ଆସିବେ, ୨୦୨୪ କଂଗ୍ରେସ ସରକାର ହେବାପାଇଁ ଜିଲ୍ଲା ସଂଗଠନ ରୋଡ଼ମ୍ୟାପ ପାଇଁ ଜିଲ୍ଲା ନେତୃତ୍ୱ ମତାମତ ରଖିଥିଲେ l ଏହି ଗୁରୁତ୍ୱପୂରର୍ଣ୍ଣ ବୈଠକରେ ଜିଲ୍ଲାର ସମସ୍ତ ବରିଷ୍ଠ ନେତୃବୃନ୍ଦ,ଏଆଇସିସି ସଭ୍ୟପିସିସି କାର୍ଯ୍ୟକର୍ତା,ପିସିସି ସଭ୍ୟ, ପୂର୍ବତନ ପିସିସି କାର୍ଯ୍ୟକର୍ତା, ବ୍ଲକ କଂଗ୍ରେସ ସଭାପତି ଏବଂ କମିଟି, ଦଳୀୟ ଛାମୁଆ ସଂଗଠନ ମହିଳା କଂଗ୍ରେସ,ଯୁବ କଂଗ୍ରେସ,ଛାତ୍ର କଂଗ୍ରେସ,ସଂଖ୍ୟାଲଘୁ ସେଲ, ସୋସିଆଲ ମେଡ଼ିଆ ଟିମ, ଆଇଏନଟିୟୁସି ଜିଲ୍ଲା କାର୍ଯ୍ୟକର୍ତା,ଆରଜିପିଆରଏସ, ଆଦିବାସୀ/ହରିଜନ ସେଲ,କୃଷକ କଂଗ୍ରେସ, ଓବିସି ସେଲ,ସେବାଦଳର କାର୍ଯ୍ୟକର୍ତା ଗଣ,,ଜିଲ୍ଲା ପରିଷଦ ଏବଂ ସହରାଞ୍ଚଳ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଗଣ,ଶିବିରରେ ଯୋଗ ଦେଇଥିଲେ l ନୟାଗଡ ଜିଲ୍ଲାରେ ଜଳସେଚନ ପାଇଁ ଗଣିଆ ସୁବଳୟା, ଭାପୁର ପଦ୍ମାବତୀରେ ବ୍ୟାରେଜ ନିର୍ମାଣ, ନୟାଗଡ ରେ ନୂଆ ଚିବିକଳ ସ୍ଥାପନ, ନୟାଗଡ ରେ ମେଡିଜାଲ କଲେଜ ପ୍ରତିଷ୍ଠା, ଯୁବକଙ୍କ ପାଇଁ ରୋଜଗାର ଦବୀରେ ଅଗଷ୍ଟ ୯ ତାରିଖରୁ ଗ୍ରାମାଞ୍ଚଳ ସହରାଞ୍ଚଳରେ ୧୦୦ କିକୋମିଟର ଭାରତଯୋଡ ପଦଯାତ୍ରା ପାଇଁ ଚିନ୍ତନ ଶିବିରରେ ଘୋଷଣା କରାଯାଇ ଥିଲା l ଓଡଗାଁ ବ୍ଲକ କଂଗ୍ରେସ ପୁର୍ବ ସଭାପତି ଗଜେନ୍ଦ୍ର ସାହୁଙ୍କ ବିୟୋଗରେ ତାଙ୍କ ଆତ୍ମା ର ସଦଗତି ଜାମନା କରଯାଇ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଥିଲା l ଓଡଗାଁ ବ୍ଲକ ଛାତ୍ର କଂଗ୍ରେସ ସଭାପତି ଦିଲ୍ଲୀପ ବିଶୋଇ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ l

Exit mobile version