ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନେମାଳ ଶ୍ରୀ ଅଚୁତାନନ୍ଦ ପୀଠରେ ଦେଖିବାକୁ ମିଳିଛି ନାହିଁ ନଥିବା ଭିଡ଼ . ଦୁଇ ବର୍ଷ ହେଲା କୋଭିଡ଼ କଟକଣା ଯୋଗୁଁ ମହାପ୍ରଭୂ ଙ୍କ ସ୍ନାନ ଯାତ୍ରା ବିନା ଭକ୍ତ ରେ କେବଳ ନୀତି କାନ୍ତିରେ କରା ଯାଇଥିଲା . ଯାହା କି ପ୍ରଶାସନ ଦ୍ୱାରା ଅନୁମତି ମିଳିବା ପରେ ଶ୍ରଦ୍ଧାଳୁ ମନରେ ଉତ୍ସାହ ପ୍ରକଟ ହୋଇଥିଲା . ଏହା କାରଣ ମାଳିକା ଲେଖା ଯାଇଥିବା ଅନୁଯାଇ ପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ଭକ୍ତ ଙ୍କୁ ଦର୍ଶନ ନିମନ୍ତେ ନେମାଳ ପିଠ ପଦ୍ମ ବନ ଙ୍କୁ ଗୋଟେ ଦିନ ପୁରୀ ରୁ ଆସନ୍ତି ମାଳିକା ରେ ଲିପି ଵଧ ଅଛି . ଏହା ପ୍ରଚାରିତ ହେଲା ପରେ ଗୋଟେ ଦିନ ଆଗରୁ ଭକ୍ତ ମାନେ ମହାପୁରୁଷ ଙ୍କ ଦର୍ଶନ କରିବା ଚାହିଁ ବସିଥିଲେ ମନ୍ଦିର ର ଚତୁର୍ପାଶ୍ୱରେ . ଶାନ୍ତିଶୃଙ୍ଖଳାର ସହିତ ଦର୍ଶନ ପାଇଁ ବ୍ୟାରିକେଟ କରାଯାଇଥିଲା . ପ୍ରଶାସନ ର ଆଦେଶ ଅନୁସାରେ ଭକ୍ତ ମାନେ ଧାଡି ଅନୁସାରେ ଦର୍ଶନ କରିଥିଲେ . ଭକ୍ତ ମାନଙ୍କ ଗହଳି ନଜର ରେ ରଖି ଜାଗା ଜାଗା ରେ ଜଳ ଛତ୍ର ବ୍ୟବସ୍ଥା କରାଯାଇଥିଲା .
ପଦ୍ମ ବନକୁ ଫେରିଲେ ପ୍ରଭୁ ଶ୍ରୀ ଜଗନ୍ନାଥ !!!

