ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଚିଲିକା ବ୍ଲକ ଅନ୍ତର୍ଗତ ବଡକୁଳସ୍ଥିତ ଓଡି ଆର୍ଟ ସେଣ୍ଟର ପରିସରରେ ଚଳିତ ବର୍ଷ ରଜ ରାଜକୁମାରୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଉକ୍ତ ପ୍ରତିଯୋଗିତା ରେ ଆଖପାଖ ଅଞ୍ଚଳର କଳାକାର ମାନେ ଭାଗ ନେଇଥିଲେ ଏବଂ ଯେଉଁମାନେ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ସେମାନଙ୍କୁ ଓଡ଼ି ଆର୍ଟ ତରଫରୁ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା l ଉକ୍ତ ମହୋତ୍ସଵ ର ମୂଳ ଲକ୍ଷ୍ୟ ହେଉଛି ସ୍ଥାନୀୟ କଳାକାର ମାନଙ୍କର କଳା ନିପୁଣତା କୁ ବିକଶିତ କରିବା l ଶେଷଦିନ ରଜ ଉତ୍ସଵ ରେ ମେହେନ୍ଦି ଓ ଲୋକ ନୃତ୍ୟ , ପାନ ଭଙ୍ଗା, ପାନଖିଆ, ବେଣୀ ଖୋଷା , ରଜଗୀତ ଓ ବିଭିନ୍ନ କଳାକୁ ନେଇ ପ୍ରତିଯୋଗୀତା ହୋଇଥିଲା l ରଜ ଗୀତ, ଅନ୍ତାକ୍ଷରୀ ଏବଂ ସାଧାରଣଜ୍ଞାନ ପ୍ରତିଯୋଗିତା ମଧ୍ୟ ହୋଇଥିଲା l ସାଧାରଣଜ୍ଞାନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି’ ୨୦୨୨’ ରଜର ରାଜକୁମାରୀ ଭାବେ ଅନ୍ନପୂର୍ଣ୍ଣା ପଣ୍ଡା ବିଜୟୀ ହୋଇଛନ୍ତି । ଏହି ପ୍ରତିଯୋଗୀତା ରେ ବିଚାରକ ଭାବେ ତ୍ରିବିକ୍ରମ ପଣ୍ଡା ଓ ମୁଖ୍ୟ ଅତିଥି ଭାବେ ୧୫ ନଂ ଜୋନ ର ଜିଲ୍ଲା ପରିଷଦ ତଥା ଖୋର୍ଦ୍ଧା ଜିଲ୍ଲା ଉପସଭାପତି ଗୋପୀନାଥ ମହାରଣା ଯୋଗ ଦେଇଥିଲେ . ସମ୍ମାନୀତ ଅତିଥି ଭାବେ ଶାଳିଆ ପ୍ରେସ କ୍ଲବ ସଭାପତି ଏବଂ ଶାଳିଆ ପ୍ରେସ କ୍ଲବର କିଛି ସଦସ୍ୟ ଯୋଗ ଦେଇଥିଲେ l ଓଡ଼ି ଆର୍ଟ ସଂସ୍ଥା ର ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ, ସାଂସ୍କୃତିକ ସମ୍ପାଦକ ସୁଶାନ୍ତ କୁମାର ଦାଶ ଏବଂ ଓଡ଼ିଆ ଭାଷା ସୁରକ୍ଷା ସମ୍ମିଳନୀ ର ସଭାପତି ରଙ୍କନାଥ ସେଠୀ ପ୍ରମୁଖ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l
ବାଲୁଗାଁ ଓଡି ଆର୍ଟ ରେ ରଜ ରାଜକୁମାରୀ ପ୍ରତିଯୋଗିତା !!!

