Site icon Awaj Media

କିଶନନଗର ଶିଶୁ ମଙ୍ଗଳ କ୍ଲବ ପକ୍ଷରୁ ରଜ ମଉଜ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ କିଶନନଗର ଶିଶୁ ମଙ୍ଗଳ କ୍ଲବ ଆନୁକୂଲ୍ୟରେ କିଶୋରନଗର ପଞ୍ଚାୟତ ସ୍ଥିତ ହୁଲିପୁର ଗ୍ରାମରେ ପ୍ରଥମ ଥର ପାଇଁ ରଜ ମହୋତ୍ସବ – ୨୦୨୨ ପାଳନ କରାଯାଇଛି । ଉକ୍ତ ମହୋତ୍ସବରେ କୁନିକୁନି ପିଲାଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା . ପୁଚି , ମ୍ୟୁଜିକ ଚେୟାର, ମେହେନ୍ଦି, ବେଙ୍ଗ ଡିଆଁ, ନୃତ୍ୟ ଭଳି ବିଭିନ୍ନ ପ୍ରତିଯୋଗିତା ହେବା ସହିତ କୁଆଁରୀ ମାନଙ୍କ ପାଇଁ ବିଭିନ୍ନ ସଜ ସରଞ୍ଜାମ ଏବଂ ଚକଲେଟ୍ ଏବଂ ଥଣ୍ଡା ପାନୀୟର ବ୍ୟବସ୍ଥା ଥିଲା । ପ୍ରତିଯୋଗୀ ଏବଂ ଦର୍ଶକଙ୍କ ନିମନ୍ତେ ରଜପାନର ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ନନ୍ଦିନୀ ଭୋଇ, ରାଜଶ୍ରୀ ଭୋଇ, ରଶ୍ମିତା ଭୋଇ, ବର୍ଷା ପ୍ରିୟଦର୍ଶିନୀ ଭୋଇ, ସୁବାସିନୀ ମଲ୍ଲିକ, ଶୁଚିସ୍ମିତା ଭୋଇ, ପୁଷ୍ପଲତା ସାହୁ ଆଦି ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ କିଶନନଗର ଶିଶୁ ମଙ୍ଗଳ କ୍ଳବର ସମ୍ପାଦିକା ରାଜଶ୍ରୀ ମଲ୍ଲିକ ନେତୃତ୍ୱ ନେବା ସହିତ ତାଙ୍କୁ ସବିତା ମଲ୍ଲିକ, ସଂଘମିତ୍ରା ମଲ୍ଲିକ, ଅନନ୍ୟ ମଲ୍ଲିକ, ସୁହାସିନୀ ମଲ୍ଲିକ ଓ କ୍ଳବର ଅନ୍ୟ ସଦସ୍ୟା ମାନେ ସହଯୋଗ କରିଥିଲେ ।

Exit mobile version