Site icon Awaj Media

ଅବ୍ୟବସ୍ଥିତ କଟକ ଶିଶୁ ଭବନ : କେବେ ସୁଧୁରିବ ଅବସ୍ଥା !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମୃତା ପଟ୍ଟନାୟକ : ଅବ୍ୟବସ୍ଥିତ କଟକ ଶିଶୁ ଭବନ , କେବେ ସୁଧୁରିବ ଅବସ୍ଥା . କଟକ ତଥା ଦୁର ଦୂରାନ୍ତ ରୁ ସାଧାରଣ ଜନତା ନିଜ ଶିଶୁ ମାନଙ୍କର ଉତ୍ତମ ଚିକିତ୍ସା ପାଇଁ ଏଠାକୁ ଆଣି ଆସିଥାନ୍ତି । କେବଳ ଓଡିଶା ନୁହେଁ କଲିକତାରୁ ମଧ୍ୟ ବହୁ ଶିଶୁ ରୋଗୀ ଏଠାକୁ ଆସି ଉପକୃତ ହୁଅନ୍ତି । ସେଥିପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏହାର ଉନ୍ନତି କରୁଛନ୍ତି । ମାତ୍ର ଶିଶୁ ଭବନ କର୍ତ୍ତୃପକ୍ଷଙ୍କ ଅଣଦେଖା ଓ ସିଏମସି ର ଅବହେଳା ଯୋଗୁଁ ସାଧାରଣ ଜନତା ହେଉଛନ୍ତି ହନ୍ତସନ୍ତ !! ଶିଶୁ ଭବନର ମାଗଣା ଶୌଚାଳୟ ବନ୍ଦ ଥିବା ବେଳେ, ଗେଟ ପାଖରେ ଥିବା ସୁଲଭ ଶୌଚାଳୟକୁ 10 / 15 ଟଙ୍କା ଦେଇ ଶୌଚ କରିବାକୁ ଯାଉଛନ୍ତି ଶିଶୁ ରୋଗୀଙ୍କ ସମ୍ପର୍କୀୟ ମାନେ !! ଶିଶୁଭବନ ପରିସର ଭିତରେ କୁଡ଼ାକୁଡ଼ ଅଳିଆ ପଡୁଥିବା ବେଳେ, ନିୟମିତ ସଫେଇ ହେଉ ନଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା ତଥା ଦୂର ଦୂରାନ୍ତରୁ ଆସୁଥିବା ରୋଗୀର ସମ୍ପର୍କୀୟ ମାନେ !! କେବଳ ଏତିକି ନୁହେଁ ପରିସ୍ରାଗାରର ଅଭାବ ଯୋଗୁଁ, ସାଧାରଣ ଜନତା ଏଠିସେଠି ପରିସ୍ରା କରିବାକୁ ବାଧ୍ୟ ହେଉଛନ୍ତି । ମାତ୍ର ମହିଳା ମାନଙ୍କ କ୍ଷେତ୍ରରେ ଏହା ନିହାତି ଏକ କଷ୍ଟ ସାଧ୍ୟ କାମ !! ପାନୀୟ ଜଳ ବ୍ୟବସ୍ଥା ଅଛି, କିନ୍ତୁ ପାଣି ମେସିନ ନାହିଁ !! ରାଜ୍ୟ ସରକାର ଶିଶୁ ଭବନକୁ ଉନ୍ନତ କରିବା ସହିତ, ଅତ୍ୟାଧୁନିକ ଚିକତ୍ସା ପାଇଁ ପ୍ରଚେଷ୍ଟା ଚଲାଇଥିବା ବେଳେ ,ଏହିଭଳି ଅବ୍ୟବସ୍ଥା ସାଧାରଣ ଜନତାଙ୍କ ବିଶ୍ୱାସରେ ଭ୍ରମ ସୃଷ୍ଟି କରୁଛି !! ଶିଶୁ ଭବନରେ ଦୈନିକ ହଜାର ହଜାର ଶିଶୁ ମାନଙ୍କର ଚିକିତ୍ସା ହେଉଛି , ମାତ୍ର ଏଠାରେ ବସିବା ପାଇଁ କୌଣସି ବ୍ୟବସ୍ଥା ନାହିଁ ।ଗୋଟିଏ ହଲରେ ଶହ ଶହ ଲୋକ ମାନେ ନିଜ କୋମଳ ଶିଶୁକୁ ନେଇ ତଳେ ବସିଛନ୍ତି । ଖରା ତାପରୁ ବଞ୍ଚିବା ପାଇଁ ଲୋକମାନେ ନିଜ ଶିଶୁଙ୍କୁ ଧରି ଗଛ ମୂଳ ମାନଙ୍କରେ ଆଶ୍ରୟ ନେଉଛନ୍ତି । ଶିଶୁ ଭବନର ବହୁତ ଉନ୍ନତିକରଣ ହୋଇଛି । ଯଦି ସରକାର ଆଶ୍ରୟ ନେବା ପାଇଁ ତଥା ଖରା ତାପରୁ ବଞ୍ଚିବା ପାଇଁ ଅଧିକରୁ ଅଧିକ ବିଶ୍ରାମ ସ୍ଥଳ , ଶୌଚାଳୟ , ପରିସ୍ରାଗାର ନିର୍ମାଣ କରନ୍ତେ , ଗରିଵ ଜନତା ବହୁ ଉପକୃତ ହୁଅନ୍ତେ । ତେବେ କେବେ ଏହି ଅବ୍ୟବସ୍ଥା ଗୁଡିକର ସମାଧାନ ହେବ, ତାହା ଏବେ ଦେଖିବାକୁ ବାକି ରହିଲା !!

Exit mobile version