Site icon Awaj Media

ମହୋତ୍ସବ ପଲ୍ଲୀ ଜୀବନକୁ ସରଳ ଓ ସାବଲୀଳ କରେ : ଧନୀପୁରଠାରେ ଆୟୋଜିତ ରଜ ମହୋତ୍ସବ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗ୍ରାମାଞ୍ଚଳ ମାନଙ୍କରେ ଆୟୋଜିତ ମହୋତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପଲ୍ଲୀ ଜୀବନକୁ ସରଳ ଓ ସାବଲୀଳ କରିବା ସହ ମାନବିକ ମୂଲ୍ୟବୋଧ, ଭାଇଚାରା ଭାବ ଏବଂ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ବିଚାରଧାରାକୁ ସୁଦୃଢ଼ କରିଥାଏ ବୋଲି ସ୍ଥାନୀୟ ଦଶରଥପୁର ବ୍ଲକର ଧନୀପୁର ଗ୍ରାମରେ ନ୍ୟୁଜ ଓଡ଼ିଶା ପକ୍ଷରୁ ଆୟୋଜିତ ରଜ ମହୋତ୍ସବର ଉଦଯାପନୀ ଓ ସମାଵର୍ତନ ଉତ୍ସବରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ବର୍ଷିୟାନ ଶିକ୍ଷାବିତ ସତ୍ୟାନନ୍ଦ ରାୟଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ସଭା ଓ ସମାଵର୍ତନ ସମାରୋହରେ ଉଦଯାପକ ଭାବେ ନ୍ୟୁ ନ୍ୟୁଜ ଓଡ଼ିଶାର ପରିଚାଳନା ନିର୍ଦ୍ଦେଶକ ତଥା ବରିଷ୍ଠ ଶିକ୍ଷାବିତ ବିମଳ କୁମାର ରାୟ, ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସାଧୁ ଗୌଡେଶ୍ୱର ମହାବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ସୁକାନ୍ତ କୁମାର ପାଢୀ, ମୁଖ୍ୟ ବକ୍ତା ଭାବେ ଚିନ୍ମୟ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କାଉଁସେଲର ଅଧ୍ୟାପକ ଚିନ୍ମୟ ଦାଶ, ସମ୍ମାନୀତ ଅତିଥି ଭାବେ ବର୍ଷିୟାନ ଯୁବ ସମାଜସେବୀ ଦୀପକ କୁମାର ବାରିକ, ବର୍ଷିୟାନ ସାହିତ୍ୟିକ ତଥା ଶିକ୍ଷାବିତ ଶୁଭେନ୍ଦୁ କୁମାର ମହାପାତ୍ର, ସମାଜସେବୀ ଶମ୍ଭୁନାଥ ରାୟ ଆଦି ଯୋଗଦାନ କରିଥିଲେ । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମରେ ଶତାଧିକ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ପରେ ଆୟୋଜିତ ସମାଵର୍ତନ ସମାରୋହରେ ଦୂବକଣସ୍ଥିତ ସାମାଜିକ ସଙ୍ଗଠନ ସାହାଯ୍ୟ ପରିବାର ସମେତ ଦଶ ଜଣ ପ୍ରତିଭାଦୀପ୍ତ ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଲଳିତ ରାୟ, ସନ୍ଦୀପ ରାୟ, ସାଧୁ ନିଲୁ ବାବା, ପ୍ରଭାତ ଦାସ, ଜ୍ୟୋତିଶଙ୍କର ରାୟ, ପ୍ରଶାନ୍ତ ନାୟକ, ଅରୁଣ ଦାସ, ପାର୍ଥ ସାରଥୀ ନାୟକ, ଶମ୍ଭୁନାଥ ରାୟ, ବିଷ୍ଣୁ ଚରଣ ଦାସ, ବିଷ୍ଣୁ ଦାସ, ହରିଶ୍ଚନ୍ଦ୍ର ସାମଲଙ୍କ ସମେତ ଏସ.ଏନ ଟି.ଭିର ସମସ୍ତ କର୍ମକର୍ତ୍ତା ଓ ଧନୀପୁର ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।

Exit mobile version