Site icon Awaj Media

ନୂଆଗାଁ ବ୍ଲକ ଗୁମି ପଞ୍ଚାୟତରେ ବିଜେଡି ର କର୍ମୀ ସମ୍ମିଳନୀ ଓ ବନ୍ଧୁମିଳନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଗୁମି ପଞ୍ଚାୟତରେ ବିଜେଡି ର କର୍ମୀ ସମ୍ମିଳନୀ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଦଳକୁ କିପରି ତୃଣମୂଳ ସ୍ତରରେ ଆହୁରି ମଜଭୁତ କରାଯିବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଜନା କିପରି ଲୋକେ ଜାଣି ପାରିବେ ଏବଂ ନବ ନିର୍ବାଚିତ ଜନ ପ୍ରତିନିଧି ମାନେ ସାଧାରଣ ଲୋକଙ୍କ ସହ କିପରି ସୁସମ୍ପର୍କ ରଖିବେ ସେ ବାବଦରେ ଉଦବୋଧନ ଦେଇଥିଲେ l କର୍ମୀ ସମ୍ମିଳନୀରେ ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ ବିଜେଡି ସଭାପତି ସନ୍ୟାସୀ ସାମଲ , ନୂଆଗାଁ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା , ଜିଲା ବିଜେଡି ଉପ-ସଭାପତି ଦିଲୀପ ଦଳବେହେରା , କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ସାସମଲ , ନୂଆଗାଁ ବ୍ଲକ ଉପଧାକ୍ଷ ପର୍ଶୁରାମ ସ୍ୱାଇଁ , ତୋଫାନ ବେହେରା , ବାହାଡାଝୋଲା ଯୁବ ବିଜେଡି ସଭାପତି ସୁଶାନ୍ତ କୁମାର ପଡିଆରୀ , ମହିଳା ନେତ୍ରୀ ପୁଷ୍ପାଞ୍ଜଳି ସାହୁ , ବିଜେଡି ନେତ୍ରୀ ରୁନୁଵାଳା , ନୂଆଗାଁ ବ୍ଲକ ଯୁବ ବିଜେଡି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି , ନୂଆଗାଁ ଛାତ୍ର ବିଜେଡି ସଭାପତି ସୁବ୍ରତ ପରିଡା , ନୂଆଗାଁ ବ୍ଲକ ଆତ୍ମା ଅଧକ୍ଷ ସଞ୍ଜୟ କୁମାର ସାହୁ , ଫକୀର ମୋହନ ସାହୁ , ଅବନ୍ତୀ ସାହୁ , ଶଶାଙ୍କ ଶେଖର ହରିଚନ୍ଦନ , ହାଡିବନ୍ଧୁ ସାମନ୍ତରାୟ , ବବୃ ମହାରଣା , ସଂଜୀବ କୁମାର ଡାକୁଆ ପ୍ରମୂଖ ଉପସ୍ଥିତ ରହିଥିଲେ .

Exit mobile version