ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କୁମାରାଙ୍ଗ ଶାସନ ଗ୍ରାମ ପଞ୍ଚାୟତ ର ମାଳି ଗୋବିନ୍ଦପୁର ଗ୍ରାମ ରେ ଶ୍ରୀ ଶ୍ରୀ ଗତିଶ୍ବର ଦେବଙ୍କ ପୀଠରେ ୪ ଦିନ ବ୍ୟାପୀ ବିଶ୍ଵଶାନ୍ତି ମହାଯଜ୍ଞ ଉତ୍ସବ ସମାରୋହ ହୋଇଥିଲା । ଶୁକ୍ରବାର ଦିନ ଦିନରେ ଚତୁର୍ଦ୍ଦଶମିଳନ ଅନୁଷ୍ଠିତ ହୋଇଥିଲା । ମାଳି ଗୋବିନ୍ଦପୁର ଗ୍ରାମବାସୀ ମାନଙ୍କ ତରଫରୁ ଆମନ୍ତ୍ରିତ ମହା ପ୍ରଭୁ ହେଲେ ଶ୍ରୀ ରାମେଶ୍ଵର ଦେବ ବିଜେ ଗବପଦର, ଶ୍ରୀ ଗତିଶ୍ଵର ଦେବ ବିଜେ ଦୁଲଣୀ ଶାସନ, ଶ୍ରୀ ଭେଟିନାଥ ଦେବ ବିଜେ ଭେଟେଶ୍ୱର, ଶ୍ରୀ ସିଂହନାଥ ଦେବ ବିଜେ ସୀଙ୍ଗେଶ୍ଵର, ଶ୍ରୀ ଗତିଶ୍ଵର ଦେବ ବିଜେ ମଙ୍ଗରାଜପୁର, ଶ୍ରୀ ସୋମନାଥ ଦେବ ବିଜେ ଏକଡାଳିଆ, ଶ୍ରୀ ବାଲୁଙ୍କେଶ୍ବର ଦେବ ବିଜେ ଦୋଳମୁଣ୍ଡାଇ,ଶ୍ରୀ ଜଗତେଶ୍ଵର ଦେବ ବିଜେ ମଙ୍ଗଳପୁର ଶାସନ, ଗଛବାଲୁଙ୍କେଶ୍ବର ଦେବ ବିଜେ ହାତୀମୁଣ୍ଡା, ଶ୍ରୀ ଚନ୍ଦ୍ରଶେଖର ଦେବ ବିଜେ ବଡକୂଳ, ଶ୍ରୀ ହରଗୈରୀ ଦେବ ବିଜେ ବଡକୂଳ, ଶ୍ରୀ ବାଙ୍କନିଧି ଦେବ ବିଜେ ଗବପଦର, ଶ୍ରୀ ଧବଳେଶ୍ଵର ଦେବ ବିଜେ ଭେଲେରି, ଶ୍ରୀ ଗତିଶ୍ଵର ଦେବ ବିଜେ ମାଳିଗୋବିନ୍ଦପୁର । ସମସ୍ତ ଠାକୁର ମାନଙ୍କ ବିମାନକୁ ନିଜ ଗ୍ରାମବାସୀ ମାନେ ସୁନ୍ଦର ସୁସଜ୍ଜିତ ବିମାନ ସହିତ ବାଣ ରୋଶାଣୀ ସହିତ ଆସିଥିଲେ । ୫ ଘଟିକା ସମୟରେ ଗତିଶ୍ଵର ଦେବ ପଡ଼ିଆରେ ସମସ୍ତ ଠାକୁର ଏକତ୍ରିତ ହୋଇ ମେଳନ କାର୍ଯ୍ୟ ସମାପ୍ତ ହୋଇଥିଲା . ବାଣପୁର, ବାଲୁଗାଁ, ଚିଲିକା ଅଞ୍ଚଳରୁ ଏହି ମେଳନ କୁ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ ସୁଅ ଛୁଟିଥିଲା ମାଳି ଗୋବିନ୍ଦପୁର ଗ୍ରାମକୁ । ଗତଦୁଇ ବର୍ଷର କୋଭିଡ କଟକଣା ଭିତରେ ଉତ୍ସବ ନିରାଡ଼ମ୍ବର ଭାବରେ ଅନୁଷ୍ଠିତ ହୋଇଥିଲା ଚଳିତ ବର୍ଷ କୋଭିଡ କଟକଣା ନଥିବା ବେଳେ ମହାସମାରୋହରେ ମେଳନ ଅନୁଷ୍ଠିତ ହୋଇଯାଇଛି ।
ବାଣପୁର ମାଳି ଗୋବିନ୍ଦପୁର ଗ୍ରାମରେ ବିଶ୍ବଶାନ୍ତି ମହାଯଜ୍ଞ !!!

