କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଅଲ୍ ଓଡିଶା ଇପିଏଫ୍ ପେନସନରସ୍ ଆସୋସିଏସନ୍ କଟକ ଜିଲ୍ଲା କମିଟି ପକ୍ଷରୁ ୪୨ ମୌଜା ସଙ୍ଗଠନ ଭାରତର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଇପିଏଫ୍ ପେନସନ ସର୍ବନିମ୍ନ ମାସିକ ନଅ ହଜାର ପ୍ରଦାନ ସହ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିଷ୍ପତି ଆଧାରରେ ବର୍ଦ୍ଧିତ ପେନସନ ଦେବା ଓ ସମସ୍ତ ଇପିଏଫ୍ ପେନସନ୍ ଭୋଗୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ୍ କରିବା ଆଦି ତିନିଦଫା ସମ୍ମିଳିତ ଦାବୀ ଜଣାଇ ବେଣ୍ଟକାର ପୋଷ୍ଟ ଅଫିସ୍ ଜରିଆରେ ଦୁଇଶହ ହାତ ଲେଖା ପୋଷ୍ଟକାର୍ଡ ପ୍ରେରଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ କମିଟିର ଯୁଗ୍ମ ସମ୍ପାଦକ ବୁଲେଇ ବେହେରା, ଜିଲ୍ଲା କମିଟି ସଦସ୍ୟ ଭଜକୃଷ୍ଣ ଲେଙ୍କା, ଗୋଲଖ ବିହାରୀ ପତି, ଉମେଶ ସ୍ବାଇଁ, ଅଜିତ୍ କୁମାର ନାୟକ, ଅଲେଖ ନାୟକ, ଦେବେନ୍ଦ୍ରନାଥ ନାୟକ, ବିଚିତ୍ରାନନ୍ଦ ନାୟକ, ବିଜୟ କୁମାର ମହାନ୍ତି, ରସା ସାହୁ, ବନ ବିହାରୀ ମୁଦୁଲି, ଗଣେଶ ଚନ୍ଦ୍ର ପରିଡ଼ା, ଶ୍ୟାମ ସୁନ୍ଦର ନାୟକ ଓ ଲକ୍ଷ୍ମୀଧର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
ଇପିଏଫ୍ ପେନସନ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପୋଷ୍ଟକାର୍ଡ ପ୍ରେରଣ କାର୍ଯ୍ୟକ୍ରମ !!!

