Site icon Awaj Media

ଅରପୁର ରଜ ମହୋତ୍ସବର ଶେଷ ଦିବସରେ ରଜ ସାହିତ୍ୟ ଆସର ଅନୁଷ୍ଠିତ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ୮ ମ ବାର୍ଷିକ ଅରପୁର ପଲ୍ଲୀ ରଜ ମହୋତ୍ସବର ଶେଷ ଦିବସରେ ଏକ ରଜ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଯୁବବନ୍ଧୁ ସତସଂଘ ପରିବାର ତରଫରୁ ଆୟୋଜିତ ସାହିତ୍ୟ ଆସରରେ ଗାଳ୍ପିକା ପ୍ରଭାତୀ ଜେନା , ନବ ପ୍ରତିଭା ଶତରୂପା ମିଶ୍ର , କବୟିତ୍ରୀ କଳ୍ପନା ରାଉତ , ଶିକ୍ଷୟିତ୍ରୀ ମୋନାଲିସା ନନ୍ଦ , ସଂସ୍କୃତ ଶିକ୍ଷକ ତଥା ଯୁବ କବି ମନୋଜ ରାଉତଙ୍କୁ ସଂବର୍ଦ୍ଧିତ କରାଯାଇଥିଲା । ଯୁବବନ୍ଧୁ ସମ୍ପାଦକଙ୍କ ସଭାପତିତ୍ବରେ ରଜ ସାହିତ୍ୟ ମଞ୍ଚରେ ବରିଷ୍ଠ ସାହିତ୍ୟିକା ଓ ଭରଷା ଅନୁଷ୍ଠାନର ସଂପାଦିକା ସୁଶ୍ରୀ ପ୍ରତିମା ପ୍ରଧାନ ମୁଖ୍ୟ ଅତିଥି, ଆମ ପରିବାର ଚକ୍ରର ଅଧ୍ୟକ୍ଷ କୁମାର ଅମୀୟ , ଅଧ୍ୟାପିକା ମମତା ଜେନା , ଯୁବ ସମାଜସେବୀ ଝୁମୁରୀ ରାଉତ , ସାମାଜିକ କର୍ମି ଅକ୍ଷୟ କୁମାର ସାମଲ , ଯୁବ ସାହିତିକ୍ୟ କବି ବିପ୍ଲବ ପ୍ରମୂଖ ଅତିଥି ଭାବେ ଯୋଗ ଦେଇଥିଲେ । ଗ୍ରାମାଞ୍ଚଳ ରେ ସାହିତ୍ୟ ଆସର ଆୟୋଜନକୁ ସମସ୍ତେ ପ୍ରଂଶସା କରିଥିଲେ । ସାରସ୍ବତ ସମାବେଶର ପ୍ରଥମ ଅଧିବେଶନରେ କବି ବଂଶିଧର ମହାପାତ୍ରଙ୍କ ସଂଯୋଜନାରେ କବିତା ପାଠ କରା ଯାଇଥିଲା । ବାଙ୍କୀ , ଖୋର୍ଦ୍ଧା ଏବଂ କଟକରୁ ପ୍ରାୟ ତିରିଶିରୁ ଉର୍ଦ୍ଧ କବି ତଥା ଗୟାଧର ନାୟକ, ବିମଳ ରାଉତ ରାୟ, ପ୍ରକୃତିବଂଧୁ ବିଦ୍ୟାଧର ଖଟୁଆ , ଦିବ୍ୟଜ୍ୟୋତି ପ୍ରସାଦ, ରଜତ କୁମାର ,ମନ୍ମଥ ସ୍ବାଇଁ ପ୍ରମୂଖ ନିଜର କବିତା ପାଠ କରିଥିଲେ । ପ୍ରଣବ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗଦାଧର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ରଜ ଆସରର ସମସ୍ତ କାର୍ଯ୍ୟକ୍ରମକୁ ପିତବାସ ସାହୁ, ଲକ୍ଷ୍ମିପ୍ରିୟା ନାୟକ,ଶୋଭାରାଣୀ ନାୟକ , ପ୍ରଭାତୀ ନାୟକ ପରିଚାଳନାରେ ସହଯୋଗ କରିଥିଲେ ।

Exit mobile version