Site icon Awaj Media

ପଣ୍ଡିତ ରଘୁନାଥ ପାତ୍ର ସମ୍ବର୍ଦ୍ଧିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବ୍ରହ୍ମପୁର ସ୍ଥିତ ସଂସ୍କୃତି ଭବନ ଠାରେ ଓଡିଶୀ ନୃତ୍ୟାୟନ ଓ ଗୋପାଳପୁର ଟାଟା ଷ୍ଟିଲ ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ “ରଜ ମହୋତ୍ସବ” – ୨୦୨୨ ଅବସରରେ ଓଡିଶୀ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ବରିଷ୍ଠ ସଂଗୀତ ଗୁରୁ ପଣ୍ଡିତ ରଘୁନାଥ ପାତ୍ର ଓଡିଶୀ ସଂଗୀତ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସମ୍ବର୍ଦ୍ଧିତ ହୋଇଛନ୍ତି । ଉକ୍ତ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବି ଏମ୍ ସି କମିଶନର ଡ଼. ସିଦ୍ଧେଶ୍ବର ବଳିରାମ ବୋନ୍ଦର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ବ୍ରହ୍ମପୁର ଉପ-ଜିଲ୍ଲାପାଳ କିର୍ତ୍ତି ଭାସନ , ଗୋପାଳପୁର ଟାଟା ଫାଉଣ୍ଡେସନ୍ ର ମୁଖ୍ୟ ରକି ମାର୍ଟିନ୍ , ଅବସରପ୍ରାପ୍ତ ସଂସ୍କୃତି ଅଧିକାରୀ କୃଷ୍ଣଚନ୍ଦ୍ର ନିଶଙ୍କ , ଗୁରୁ ଶିବରାମ ବାରିକ ପ୍ରମୁଖ ମଞ୍ଚାସୀନ ହୋଇ ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ପାତ୍ର ସମ୍ବର୍ଦ୍ଧନାର ଉତ୍ତର ଦେଇ ଅନୁଷ୍ଠାନର ଭୂୟସୀ ପ୍ରଶଂସା କରିବା ସହିତ ବର୍ତ୍ତମାନ ସମୟରେ ଛାତ୍ର ସମାଜ ଓ ଯୁବ ପିଢ଼ି କଳା ଓ ସଂସ୍କୃତି ଦିଗରେ ଅନୁପ୍ରାଣିତ ହେଲେ ଆମ ସଂସ୍କୃତି ଓ ପରମ୍ପରା ବଞ୍ଚି ରହିବ ବୋଲି କହିଥିଲେ । ପଣ୍ଡିତ ଶ୍ରୀ ପାତ୍ରଙ୍କୁ ପାରଳାର ଅଗ୍ରଣୀ ଅନୁଷ୍ଠାନ କ୍ରିଏଟିଭ୍ ଆର୍ଟସ୍ ର ସଭାପତି ନୃସିଂହ ଚରଣ ପଟ୍ଟନାୟକ , ପୂର୍ବତନ ଗଜପତି ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ସାରା ଶର୍ମା , ସୂର୍ଯ୍ୟ ନାରାୟଣ ପଟ୍ଟନାୟକ , ପ୍ରଫେସର ମୋହନ ପଟ୍ଟନାୟକ , ବରିଷ୍ଠ ସିନେ କଳାକାର ପ୍ରସନ୍ନ ମିଶ୍ରଙ୍କ ସମେତ ଓଡ଼ିଶାର ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି ।

Exit mobile version