Site icon Awaj Media

ବାତ୍ୟା ମୁକାବିଲା ପାଇଁ ଚିଲିକାରେ ମକ ଡ୍ରିଲ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆରମ୍ଭ ହେଲା ମୌସୁମୀ ଜନିତ ବର୍ଷା , ସମ୍ଭାବ୍ୟ ବାତ୍ୟା, ବନ୍ୟାକୁ ଦୃଷ୍ଟି ରେ ରଖି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସୋରଣ ପଞ୍ଚାୟତ ଭଗବତୀପୁର ବାତ୍ୟା ଆଶ୍ରୟ ସ୍ଥଳୀ ପରିସରରେ ଅନୁଷ୍ଠିତ ହୋଇଯାଇଛି ମକ ଡ୍ରିଲ । ରବିବାର ଦିନ ଏଠାରେ ଚିଲିକା ବିଡ଼ିଓ ଶ୍ରୀମତୀ ସୁଷମା ବାରିକଙ୍କ ଅଧକ୍ଷତାରେ ଏହି ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତତ ସହିତ ଚିଲିକା ତହସିଲଦାର ସୁରେଶ କୁମାର ପଣ୍ଡା , ଆଡ଼ସିନାଲ ତହସିଲଦାର ଅପର୍ଣ୍ଣା ଡ଼ାଙ୍ଗୁଆ ଖୋର୍ଦ୍ଧା ଡେପୁଟି କଲେକ୍ଟର ଅନିଲ ପଟନାୟକ ଚିଲିକା ବ୍ଲକର ବିପିଏ, ବିଏଲସି ବିଜୟ କୁମାର ସାହୁ, ସ୍ମିତା ଜାନଭି ନନ୍ଦ ସୋରଣ ଓଡ୍ରାଫ ଟିମ ସମେତ , ସୋରଣ ପଞ୍ଚାୟତର ଏମବିକେ ଝରଣା ବେହେରା , ମାନସିଂହପୁର ଓ ସୋରଣ ପଞ୍ଚାୟତର ନିର୍ବାଚିତ ସରପଞ୍ଚ କାମିନୀ ବେହେରା , ଶେଷଦେଵ ବେହେରା ଯୋଗ ଦେଇଥିଲେ | ସମସ୍ତ ଏସଏଚଜି ଗୃପ ର ମହିଳା , ଆଶା କର୍ମୀ , ଅଙ୍ଗନୱାଡ଼ି ୱାର୍କର ଉପସ୍ଥିତ ରହିଥିଲେ । ସୋରଣ ଓ ମାନସିଂହପୁର ପଞ୍ଚାୟତର ଅଧୀନରେ ଥିବା ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ ବାତ୍ୟା ଆସିବା ସମୟରେ ସମସ୍ତଙ୍କୁ ସଜାଗ କରିବା ପାଇଁ ଆଲୋଚନା କରାଯାଇଥିଲା । ପ୍ରତିବର୍ଷ ପରି ଏବର୍ଷ ସମ୍ଭାବ୍ୟ ବାତ୍ୟା ବନ୍ୟା କୁ ସଫଳ ମୁକାବିଲା ଲାଗି ଆଜି ଦିନରେ ଓଡ଼ିଶାର ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳୀ ସହ ଓଡ଼ିଶାର ସମସ୍ତ ବ୍ଲକ ଏବଂ ଜିଲ୍ଲା ମୁଖ୍ୟାଳୟ ର ସମୁଖରେ ପୂର୍ବାହ୍ନରେ ମକ୍ ଡ୍ରିଲ କରାଯିବା ନେଇ ଦେଖିବାକୁ ମିଳିଛି । ଦୁଇଗୋଟି ପଞ୍ଚାୟତର ଜନସାଧାରଣ ଆଜି ସାମିଲ ହୋଇ ବାତ୍ୟା ଆଶ୍ରୟ ସ୍ଥଳୀରେ ଉପସ୍ଥିତ ରହିଥିଲେ ।

Exit mobile version