Site icon Awaj Media

ବାଲୁଗାଁ କଲେଜ ଅଧ୍ୟାପକଙ୍କ ଅଭୁତ ଯୋଗଶିକ୍ଷା ପୋଜ : ସୋସିଆଲ ମିଡିଆରେ ଫଟୋ ଭାଇରାଲ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପିଲା ଠୁ ବୃଦ୍ଧ, ଗାଁରୁ ଆରମ୍ଭ କରି ଦେଶ ବିଦେଶରେ ଜୁନ ମାସ ୨୧ ତାରିଖ ଦିନ ଯୋଗ ପାଇଁ ଦିନଟିଏ ବୋଲି ସମସ୍ତେ ମାନନ୍ତି। ଯୋଗ କରିବା ଦ୍ଵାରା ସ୍ଵାସ୍ଥ୍ୟ ନିରୋଗ ରହିବ ଏବଂ ଆଜି କାଲି ଯେଉଁ ଭଳି ମେଦ ବହୁଳ , ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ରୋଗର ଶିକାର ହୋଇ ପ୍ରାଣହାନୀ ହେଉଛି ସେମିତି ଦେଖିବାକୁ ଗଲେ ଯଥା ସମ୍ଭବ ପୃଥିବୀରୁ ମଣିଷ ସମାଜ ଲୋପ ପାଇଯିବ । ଏହି ପରିପ୍ରେକ୍ଷୀରେ ବାଲୁଗାଁ କଲେଜରେ ଯୋଗ ଶିକ୍ଷା ପ୍ରଦାନ କରା ଯାଇଛି ଛାତ୍ରଛାତ୍ରୀ ମାନଙ୍କୁ । ଯୋଗ ଦିବସ ଅବସରରେ ଯୋଗଗୁରୁ ଅଭିନବ ଢଙ୍ଗରେ ଯୋଗ ଶିକ୍ଷା ଦେଖି ଆଖପାଖ ଅଞ୍ଚଳରେ ଯୋଗ ଶିକ୍ଷାର୍ଥୀ ସ୍ତବ୍ଧ ହୋଇଛନ୍ତି । ଯୋଗ ଗୁରୁ ଅକ୍ଷୟ ମିଶ୍ର ଜୋତା ପିନ୍ଧି ଜଣେ ଛାତ୍ରଙ୍କ ପେଟ ଉପରେ ଚଢି ଯୋଗ ଶିଖାଉଥିବାର ଫଟୋ ଏବେ ସୋସିଆଲ୍ ମିଡିଆରେ ବେସ୍ ଭାଇରାଲ୍ ହବାରେ ଲାଗିଛି । ମୋବାଇଲକୁ ମୋବାଇଲ ମାଧ୍ୟମରେ ଘୁରି ବୁଲୁଚି ଯୋଗଗୁରୁଙ୍କ ଯୋଗଶିକ୍ଷା ପ୍ରଦାନର ଦୃଶ୍ୟ । ଏମିତି ଅଭୁତ ଯୋଗ ଶିକ୍ଷା ଦେଖି ବିଭିନ୍ନ ମହଲରେ ଘୋର ନିନ୍ଦା କରାଯାଇଛି ।

Exit mobile version