ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଐତିହାସିକ ୨୨ ମୌଜା ନଈରୀ ଫୁଲଦୋଳ ମେଳନର ପୃଷ୍ଠପୋଷକ ସ୍ବର୍ଗତ ଅରକ୍ଷିତ ମହାପାତ୍ରଙ୍କ ଜ୍ୟେଷ୍ଠ ପୁତ୍ର ତଥା ସ୍ଥାନୀୟ ହରିପୁର ଗ୍ରାମର ମଧ୍ୟଇଂରାଜୀ ବିଦ୍ୟାଳୟର ଛାତ୍ର ବତ୍ସଳ ପୂର୍ବତନ ପ୍ରଧାନଶିକ୍ଷକ ସ୍ବର୍ଗତ ଶିବ ନାରାୟଣ ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି | ସ୍ବର୍ଗତ ମହାପାତ୍ର ଅଞ୍ଚଳର ଶିକ୍ଷା ଓ ସଂସ୍କୃତି ଉପରେ ଅନେକ ଗୁରୁତ୍ୱ ପ୍ରଦାନ କରିଥିଲେ | ଏହି ବୈଠକରେ ତାଙ୍କର ଏକମାତ୍ର ପୁତ୍ର ଡ଼ଃ ସଞ୍ଜୟ ମହାପାତ୍ରଙ୍କ ସମେତ ଚିଲିକା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଲଳିତ ମୋହନ ପଟ୍ଟନାୟକ, ବରିଷ୍ଠ ଶିକ୍ଷାବିତ ପଠାଣି ବଳବନ୍ତରାୟ, ସମାଜସେବୀ ଗୋଦାବରୀଶ ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ଦାଶ, ଅଖିଳ ପଲାଇ ଓ ସୁଧୀର କୁମାର ବେହେରା, ଡ଼ଃ ରୁପେଶ ବଳବନ୍ତରାୟ, ବିଭୁ ପ୍ରସାଦ ମହାପାତ୍ର, ଚିଲିକା ବ୍ଲକ ବିତ୍ତଅଧିକାରୀ ପ୍ରଦୀପ କୁମାର ସୁବୁଦ୍ଧି ଓ ଅନ୍ୟାନ୍ୟ ବୁଦ୍ଧିଜୀବୀ ମାନେ ଯୋଗ ଦେଇ ସ୍ବର୍ଗତ ମହାପାତ୍ରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ |
ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ !!!

