Site icon Awaj Media

ଓଡିଶା ଯୋଗ ଆସୋସିଏସନ ତରଫରୁ ବିଶ୍ୱ ଯୋଗ ଦିବସ ପାଳିତ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମୃତା ପଟ୍ଟନାୟକ : ଆଦିମ କାଳରୁ ଯୋଗୀ, ସନ୍ୟାସୀ ଓ ମହାତ୍ମା ମାନେ ଯୋଗକୁ ପ୍ରଧାନ୍ୟତା ଦେଇ ଆସିଛନ୍ତି । ମଣିଷ ଜୀବନରେ ଯୋଗର ଉପକାରୀତା, ମହାତ୍ମ୍ୟ ଓ ଉଦ୍ଦେଶ୍ୟକୁ ବିଶ୍ୱ ସ୍ତରରେ ପ୍ରଚାର ଓ ପ୍ରସାର କରିବା ପାଇଁ ଆଜିର ଦିନକୁ ବିଶ୍ୱ ଯୋଗ ଦିବସ ରୂପେ ପାଳନ କରୁଛୁ । ଆଜି ପୁରା ବିଶ୍ୱ ଯୋଗ ଦିବସ ପାଳନ କରୁଥିବା ବେଳେ , ଓଡିଶା ଯୋଗ ଆସୋସିଏସନ ତରଫରୁ କଟକ ଚୌଧୁରୀ ବଜାର ସ୍ଥିତ କଳିଙ୍ଗ ବ୍ୟାୟାମ ବିଦ୍ୟାଳୟରେ ଯୋଗ ଦିବସ ପାଳନ କରାଯାଇଛି । ଏହି ଅବସରରେ କଟକ ସିଏମସି ର ମେୟର ସୁବାଷ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶା ଯୋଗ ଆସୋସିଏସନର ଯୋଗ ବିଦ୍ୟାର୍ଥୀ ମାନଙ୍କ ସହିତ ବହୁ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ସ୍ଥାନୀୟ ବାସିନ୍ଦା ମାନେ ଯୋଗ ଦେଇଥିଲେ । ସଂଗଠନର ସଭାପତି ଭକ୍ତ ବଲ୍ଲଭ ଦାସ ଯୋଗର ମହାତ୍ମ୍ୟ ବିଷୟରେ ଲୋକ ମାନଙ୍କୁ ଅବଗତ କରିଥିଲେ । ସଙ୍ଗଠନର ସଦସ୍ୟ ମାନସ ସାମଲ ଅତିଥି ପରିଚୟ ଦେଇଥିଲେ । ଏହି ମହାନ କାର୍ଯ୍ୟକୁ ସଂଗଠନର ସମ୍ପାଦକ ତଥା ଯୋଗ ଗୁରୁ ସିତାରାମ ଶର୍ମା ପରିଚାଳନା କରିଥିଲେ । ଯୋଗ ପ୍ରତ୍ୟେକ ମଣିଷ ଜୀବନର ଏକ ନିତ୍ୟ କର୍ମ ହେବା ଉଚିତ ବୋଲି ମତ ଦେଇଛନ୍ତି ଯୋଗ ଗୁରୁ ସୀତାରାମ ଶର୍ମା ।

Exit mobile version