ଏନସିସି ନାୱାଲ ବିଭାଗ ତରଫରୁ ଯୋଗ ଅଭ୍ୟାସ ଶିବିର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜା ଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଏନସିସି ନାୱାଲ ବିଭାଗ ତରଫରୁ ଯୋଗ ଅଭ୍ୟାସ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରରେ ମୋଟ ଶହେ ଜଣ ଏନସିସି ନୌସେନା ଛାତ୍ର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ଏନସିସି ଶିକ୍ଷକ ହରିହର ଦାସଙ୍କ ତତ୍ୱାବଧାନରେ ଆୟୋଜନ କରାଯାଇଥିଲା । ଏହି ଶିବିରରେ ପ୍ରସନ୍ନ କୁମାର ରଥ ଓ କେ.ସୁରିବାବୁ ଯୋଗ ଗୁରୁ ହିସାବରେ ଯୋଗଦେଇ ପିଲା ମାନଙ୍କୁ ଯୋଗ ଶିକ୍ଷା ର ଗୁରୁତ୍ୱ ବିଷୟରେ ଆଲୋଚନା କରି କେତେକ ଯୋଗକାର୍ଯ୍ୟ ଶିଖାଇ ଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *