Site icon Awaj Media

ବର୍ଷା ରେ ସିପିପି ଛକରେ ବେହାଲ ଅବସ୍ଥା : ଚିନ୍ତା ରେ ବ୍ୟବସାୟୀ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ପାଞ୍ଚ ଦିନ ହୋଇଗଲା ପାଣି ଘେରରେ ସିପିପି ର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ । ବ୍ୟବସାୟ ସମ୍ପୂର୍ଣ୍ଣ ଠପ୍ । ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ ସିପିପି ଛକ ରେ ଡ୍ରେନ ର କୌଣସି ବ୍ୟବସ୍ଥା ନ ଥିବାରୁ ବର୍ଷା ହେବା ଫଳରେ ସମସ୍ତ ଦୋକାନ ଗୁଡିକରେ ପ୍ରାୟ ଆଂଠୁଏ ଉଚ୍ଚ ପାଣି ଲହଡି ମାରୁଛି ! ଯାହା ଫଳରେ ବ୍ୟବସାୟୀଙ୍କର ଲକ୍ଷାଧିକ ଟଙ୍କା ଦୋକାନ ସାମଗ୍ରୀ ପାଣି ରେ ଭାସି ନଷ୍ଟ ହୋଇଯାଇଛି । ଏବେ ସିପିପି ଛକ ର ପ୍ରତ୍ୟେକ ଦୋକାନ ର ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି । ଛକରେ ଥିବା ଚା ଦୋକାନ, ମିଠା ଦୋକାନ ,ବହି ଦୋକାନ, ମୋବାଇଲ ଦୋକାନ, ପରିବା ଦୋକାନ ଓ ରାସନ ଦୋକାନ ହେଉ କି ପାନ ଦୋକାନ କିମ୍ବା ଔଷଧ ଦୋକାନ ଏବେ ସବୁଠି କେବଳ ବର୍ଷା ପାଣି ଜମା ହୋଇରହିଛି . ଏତେ ମାତ୍ର ରେ ବର୍ଷା ହୋଇଛି ଯେ ହୋଟେଲ ର କଡେଇ ରାସ୍ତାରେ ଭାସୁଛି ! ବ୍ୟବସାୟୀ ମାନେ ଗୁଜୁରାଣ କିପରି ମେଣ୍ଟାଇବେ ତାହା ନେଇ ଚିନ୍ତାରେ , ଆଖ ପାଖ ଗ୍ରାମରେ ଲୋକେ ଏବଂ ସିପିପି କାରଖାନା ର ଶ୍ରମିକ ବଜାର ଉପରେ ନିର୍ଭର କରୁଥିବା ବେଳେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା କିପରି ଵ୍ୟଵସାୟ କରି ଗୁଜରଣ ମେଣ୍ଟାଇବେ ! ସିପିପି ଛକର ବ୍ୟବସାୟୀ ଅଭିଯୋଗ କରିଛନ୍ତି କି , ନାଲକୋ ର ପ୍ଲାଣ୍ଟ ଅଞ୍ଚଳରୁ ଅଧିକ ବର୍ଷା ପାଣି ଆସୁଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି । ଆଗାମୀ ଦିନରେ ନାଲକୋ କର୍ତ୍ତୁପକ୍ଷଙ୍କ ପକ୍ଷରୁ ପାଣିର ସ୍ଥାୟୀ ବ୍ୟବସ୍ଥା କରାନଯାଏ , ସମସ୍ତ ବ୍ୟବସାୟୀ ବାଧ୍ୟ ହୋଇ ନାଲକୋ ମାନବ ସମ୍ବଳ ବିଭାଗ କାର୍ଯାଳୟ ସମୁଖରେ ଧାରଣା ଦେବା ସହ ଆନ୍ଦୋଳନ ର ପନ୍ଥା ଆପଣାଇବେ ବୋଲି ଚର୍ଚ୍ଚା ଜୋର ଧରିଛି ।

Exit mobile version