Site icon Awaj Media

ଚିଲିକା : ସ୍ୱାବଲମ୍ବୀ ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସରକାରଙ୍କ ଠାରୁ ଋଣ ନେଇ ମହିଳା ହେଉଛନ୍ତି ସ୍ୱାବଲମ୍ବୀ , ସୋରଣ ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀ । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସୋରଣ ଗ୍ରାମ ପଞ୍ଚାୟତରେ ଥିବା ଝାନସି ପଞ୍ଚାୟତ ମହାସଂଘ ର ଏମବିକେ ଝରଣା ବେହେରାଙ୍କ ନେତୃତ୍ୱରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି, ଏଥିରେ ୧୦ ଜଣ ସିଆରପି , ସମସ୍ତ ୧୦ ଜଣ କାର୍ୟ୍ଯକାରିଣୀ ସଦସ୍ୟା , ସମ୍ପାଦିକା ପୂଜାଶ୍ରୀ ନାୟକ ଓ ସଭାନେତ୍ରୀ ସଂଯୁକ୍ତା ବେହେରା ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ସୋରଣ ଗ୍ରାମ ପଞ୍ଚାୟତର ଝାନସି ପଞ୍ଚାୟତ ମହାସଂଘରେ ମୋଟ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ଗୃପ ୧୩୫ ରହିଥିବା ବେଳେ ଆଗାମୀ ଦିନରେ ଆହୁରି ଅଧିକରୁ ଅଧିକ ସ୍ୱାବଲମ୍ଭି ହେବା ପାଇଁ ନୂତନ ଏମବିକେଙ୍କୁ ଜଣାଇଛନ୍ତି ଏବଂ ଚିଲିକା ବ୍ଲକରେ ସବୁଠାରୁ ବଡ଼କଥା ହେଲା ୧୭ ଟି ପଞ୍ଚାୟତ ଥିବା ବେଳେ ସୋରଣ ଗ୍ରାମର ଝାନସି ପଞ୍ଚାୟତ ସବୁଠାରୁ ଆଗରେ ରହି ଆସୁଛି ବୋଲି ଜଣା ପଡ଼ିଛି । ଏହି ଝାନସି ପଞ୍ଚାୟତରେ ୧୩୫ ଟି ଗୃପ ରହିଛି, ଯଦି ଜିଲ୍ଲା ପ୍ରଶାସନ ତଥା ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଓ ରାଜ୍ୟ ସରକାର ଏହା ଉପରେ ଆଉ ଟିକେ ଗୁରୁତ୍ୱ ଦିଅନ୍ତେ ତାହା ହେଲେ ଆହୁରି ଅଧିକ ମହିଳା ମାନେ ସରକାରଙ୍କର କାର୍ଯ୍ୟକ୍ରମକୁ ଆଗକୁ ନେଇ ଅଧିକ ସ୍ୱାବଲମ୍ଭି ହୋଇ ପାରନ୍ତେ ବୋଲି ସୂଚନା ଦେଇଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ।

Exit mobile version