Site icon Awaj Media

କୁଏତରେ ପ୍ରବାସୀ ଭାରତୀୟଙ୍କ ବିଶ୍ୱ ରକ୍ତଦାନ ଦିବସ ପାଳନ !!!

Spread the love

ଆୱାଜ ମିଡ଼ିଆ ( ବ୍ୟୁରୋ ରିପୋର୍ଟ ) – ସୁଦୂର କୁଏତ ରେ ପ୍ରବାସୀ ଭାରତୀୟ ପାଳନ କରିଛନ୍ତି ବିଶ୍ବ ରକ୍ତଦାନ ଦିବସ . କାର୍ଯ୍ୟକ୍ରମ ଅବସରରେ ଭାରତର ରାଷ୍ଟ୍ରଦୂତ ସି ବି ଜର୍ଜ , ଭାରତୀୟ ପ୍ରବାସୀ ପରିଷଦ ସଙ୍ଗର ଏରିଆ ସଭାପତି ବିଶ୍ୱ ରଞ୍ଜନ ସାହୁ , ଡାକ୍ତର ସଜନା ମହମ୍ମଦ, ଡାକ୍ତର ଲୋଭି ଅଗ୍ରୱାଲ, ଡାକ୍ତର ମୋହନ ରାମ , ଡାକ୍ତର ସନ୍ନି ଭାର୍ଗସେ , ଡାକ୍ତର ଶମିମା ଶାରଫୁଦ୍ଦିନ ଓ ଡାକ୍ତର ସତ୍ୟନାରାୟଣ ରାଜଗନେଶ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରବାସୀ ଭାରତୀୟ ମାନେ ଉତ୍ସଗୀକୃତ ଭାବେ ଗ୍ରୀଷ୍ମପ୍ରବାହ ସମୟରେ ବହୁ ପରିମାଣରେ ରକ୍ତଦାନ କରିଥିବାରୁ ଆଗକୁ ଯିବା ପାଇଁ ନିଜର ଗନ୍ତବ୍ୟ ସ୍ଥଳରେ ପହଁଚିବା ପାଇଁ ଉତ୍ସାହିତ କରିବା ସହ ରକ୍ତଦାତା ମାନଙ୍କୁ ସମ୍ମାନୀତ କରିଥିଲେ | ପରେ ରକ୍ତଦାନ ସମ୍ପର୍କିତ ସଚେତନତା ଧର୍ମୀ ସଂଗୀତ ପରିବେଷଣ କରା ଯାଇ ଥିବା ବେଳେ ଫ୍ଲାସ୍ ଡ୍ୟାନ୍ସ କରାଯାଇଥିଲା ।

Exit mobile version