ଜୟ ହନୁମାନ କ୍ରିକେଟ ପ୍ରତିଯୋଗିତା ର ଫାଇନାଲ୍ ମ୍ୟାଚ ଆୟୋଜିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳା ପୌରପାଳିକା ଅଧୀନରେ ଥିବା ହାତପଦା ସ୍ଥିତ ରେଳ ପଡ଼ିଆରେ ଆୟୋଜିତ ହୋଇଯାଇଛି ଜୟ ହନୁମାନ କ୍ରିକେଟ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ । ବର୍ଷା ଯୋଗୁଁ ବାଧାପ୍ରାପ୍ତ ପାଇଥିବା ଏହି ୧୫ ଓଭର ବିଶିଷ୍ଟ ଫାଇନାଲ ମ୍ୟାଚରେ ଗୋଟିଏ ଉଇକେଟରେ ବିଜୟ ହାସଲ କରିଥିଲେ ଗୁରୁ ଏକାଦଶ । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଗଣ୍ଡାହାତୀ କ୍ଳବ ନିର୍ଦ୍ଧାରିତ ୧୫ ଓଭରରେ ୧୧୪ ରନ କରିଥିଲେ । ଏହି ରନ ର ପିଛା କରି ଗୁରୁ ଏକାଦଶ ୯ ଉଇକେଟ ହରାଇ ୧୧୫ ରନ କରିବାରେ ସଫଳ ହୋଇଥିଲେ । ଫାଇନାଲରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ହାଇଟେକର ଅଧ୍ୟକ୍ଷ ଡ଼ଃ. ତିରୁପତି ପାଣିଗ୍ରାହୀ, ଉପାଧ୍ୟକ୍ଷ ତିରୁପତି ଚୌଧୁରୀ, ନିର୍ଦ୍ଦେଶକ ଇଂ ରୂପେଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ । ପାରଳାଖେମୁଣ୍ଡି ପୌରପାଳିକାର ଉପାଧ୍ୟକ୍ଷ ଲେଙ୍କା ମଧୁ , ଯୁବନେତା ଜି. ବିଜୟ କୁମାର , ଜିଲ୍ଲା ପରିଷଦ ସଦସ୍ୟ ଏସ. ବାଲାରାଜୁ ଭୁସକୁଡି , ସମିତି ସଭ୍ୟ ବି. ବାଲାରାଜୁ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଖେଳ ପ୍ରତିଯୋଗିତା ଆୟୋଜନ କରିଥିଲେ ଆଇନଜୀବୀ ଅରୁଣ ପରିଡା, ସୁନୀଲ ମହାଙ୍କୁଡ଼, ରାଜେଶ ବେହେରା ପ୍ରମୁଖ । ବିଜୟୀ ଦଳକୁ ୨୧ ହଜାର ପୁରସ୍କାର ସହ ଉପ ବିଜେତାଙ୍କୁ ୧୨ ହଜାର ଟଙ୍କା ପୁରସ୍କାର ପ୍ରଦାନ କରା ଯାଇଥିଲା । କାଳିଆ ପ୍ରଧାନ ଶ୍ରେଷ୍ଠ ଅଲରାଉଣ୍ଡର ଭାବେ ବିବେଚିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *