Site icon Awaj Media

କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମର ୩୩ ତମ ସମୀକ୍ଷା ବୈଠକ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଏବେ ବି ଥମି ନାହିଁ କରୋନାର ପ୍ରକୋପ । ଦେଶର ବିଭିନ୍ନ ସ୍ଥାନରେ ପୁଣି ବଢ଼ିବାରେ ଲାଗିଲାଣି ଆକ୍ରାନ୍ତଙ୍କ ସଂଖ୍ୟା . କାଁ -ଭାଁ କରୋନାର ପ୍ରଭାବ ଦେଖିବାକୁ ମିଳୁଥିଲେ ବି ସରକାର ଓ ପ୍ରଶାସନ ହୋଇ ପଡିଲେଣି ସଜାଗ । ଏହା ପୁଣି ଥରେ ଜନ ସମାଜ ଉପରେ ତା’ର ପ୍ରଭାବ ପକାଇବା ପୂର୍ବରୁ ଆଉ କିଛି ଦିନ ପାଇଁ ଟିକେ ସଚେତନ ହୋଇଯିବାର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଗତ ୨୨ ମାର୍ଚ୍ଚ ୨୦୨୦ ମସିହାରୁ ନିରବଚ୍ଛିନ୍ନ ପ୍ରକ୍ରିୟାରେ ଜାରି ରହିଥିବା ମହାମାରୀ କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମର ୮୨୫ ତମ ଦିବସର ୩୩ ତମ ସମୀକ୍ଷା ବୈଠକ ସ୍ଥାନୀୟ ମଙ୍ଗଳପୁରସ୍ଥିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପରିସରେ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ସମୀକ୍ଷକ ଭାବେ ସର୍ବଶ୍ରୀ କବି ତଥା ଯୁବ ସାମ୍ବାଦିକ ଧୀରେନ୍ଦ୍ର କୁମାର ମଲ୍ଲିକ, କଳାକାର କିଶୋର ପାଢ଼ୀ, ସାହିତ୍ୟିକ ସୁକାନ୍ତ କୁମାର ପାତ୍ର, ସମାଜସେବୀ ତୁଷାର କାନ୍ତ ଶତପଥୀ, ପରିବେଶବିତ ସୁରେଶ ଚନ୍ଦ୍ର ଦାସ ଆଦି ସମୀକ୍ଷକ ଭାବରେ ଯୋଗଦାନ କରି ନିରବଚ୍ଛିନ୍ନ ପ୍ରକ୍ରିୟାରେ ୮୨୫ ଦିନ ଧରି ଚାଲିଥିବା କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ସମୀକ୍ଷା ସହ ଆଗାମୀ ପନ୍ଥା ସମ୍ପର୍କରେ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ । ପ୍ରତି ୨୫ ଦିନରେ ଏହି କାର୍ଯ୍ୟକ୍ରମ ଗୁଡିକର ସମୀକ୍ଷା ହେଉଥିବା ବେଳେ ଆଜି ଏହା ୩୩ ତମ ସମୀକ୍ଷା ବୈଠକରେ ପହଁଚିଛି ବୋଲି ଫାଉଣ୍ଡେସନ ପକ୍ଷରୁ ସୂଚନା ମିଳିଛି । ଏହି ବୈଠକକୁ ସଚେତନତା କାର୍ଯ୍ୟକ୍ରମର ସଂଯୋଜକ ମାଷ୍ଟର ମିହିର କୁମାର ସଂଚାଳନ କରିଥିଲେ ।

Exit mobile version