Site icon Awaj Media

ଗୋଲାପ ଫୁଲ ଦେଇ ଗାଡି ଚାଳକଙ୍କୁ ସଚେତନତା !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ରାଜ୍ୟରେ ମୋଟର ଯାନ ଆଇନ ଅନୁଯାୟୀ ବାଇକ ଆରୋହୀ ଓ କାର ଚାଳକଙ୍କ ସୁରକ୍ଷା ଦୃଷ୍ଟିରୁ ହେଲମେଟ, ସିଟ ବେଲଟ ଓ ଗାଡି ଧିରେ ଚଳାଇବା ପାଇଁ ନିୟମ ରହିଥିବା ବେଳେ ଲୋକମାନେ ଏହାକୁ ପାଳନ କରନ୍ତେ କିଛିକାଂଶରେ ଦୁର୍ଘଟଣା ଉପରେ ରୋକ ଲାଗି ପାରୁଛି । ତେବେ ଅନେକ କ୍ଷେତ୍ରରେ ମୋଟର ଯାନ ଆରୋହୀ ମାନେ ନିୟମ ଜାଣି ମଧ୍ୟ ବ୍ୟବହାର କରୁ ନଥିବାରୁ ଦୁର୍ଘଟଣାରେ ଗୁରୁତର ଅବସ୍ଥାରେ ମୃତ୍ୟୁ ବରଣ କରୁଛନ୍ତି । ଯାହାକି ରାଜ୍ୟରେ ସବୁଠାରୁ ଅଧିକ ପରିମାଣରେ ସଡ଼କ ଦୁର୍ଘଟଣାରେ ମୃତ୍ୟ ବରଣ କରୁଛନ୍ତି । ଓଡ଼ିଶା ପତ୍ରକାର ସଂଘ ଖୋର୍ଦ୍ଧା ଶାଖା ପକ୍ଷରୁ ବୋଲଗଡ଼ ବ୍ଲକ ଅନ୍ତର୍ଗତ ଟିକାତାଳ ଛକ ଠାରେ ଗୋଲାପ ଫୁଲ ଦେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ, ସଂପୁର ଚର୍ତୁଭୁଜ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ, ବେଗୁନିଆ ଥାନା ଅଧିକାରୀ ଲକ୍ଷ୍ମୀପ୍ରସାଦ ଶତପଥି, ସବ ଇନିସପେକ୍ଟର ଗାୟତ୍ରୀ ଗୋଛାୟତ ,ଉମାକାନ୍ତ ବେହେରା, ଏଏସଆଇ ସରୋଜ କୁମାର ସେନାପତି, ସାମ୍ବାଦିକ ଗୋବିନ୍ଦ ଚନ୍ଦ୍ର ଖୁଣ୍ଟିଆ, ସମାଜସେବୀ ସଞ୍ଜୟ କୁମାର ମହାପାତ୍ରଙ୍କ ସମେତ ସ୍ଥାନୀୟ ଅଞ୍ଚଳର ସଚେତନ ନାଗରିକ ଯୋଗଦେଇ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଯାତାୟତ କରୁଥିବା ବାଇକ ଓ କାର ଚାଳକଙ୍କୁ ଗୋଲାପ ଫୁଲ ଦେଇ ସମ୍ବର୍ଦ୍ଧିତ କରିଥିବା ସହ ନିୟମ ମାନି ଧିରେ ଗାଡି ଚଳାଇବା, ହେଲମେଟ, ସିଟ ବେଲଟ ପିନ୍ଧି ଗାଡି ଚଳାଇବାକୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଓଡିଶା ପତ୍ରକାର ସଂଘର ସଭାପତି ମାଧବ ଚନ୍ଦ୍ର ରାଉତରାୟ ଓ ସମ୍ପାଦକ ପରିଚାଳନା କରିଥିଲେ ।

Exit mobile version