Site icon Awaj Media

ଧଳାପଥର ସେବା ସମବାୟ ସମିତି ନିର୍ବାଚନ ଅନୁଷ୍ଠିତ !!!

Spread the love

ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ସମ୍ପାଦିତ ହୋଇଯାଇଛି ଧଳାପଥର ସେବା ସମବୟ ସମିତିର ନିର୍ବାଚନ ପ୍ରକ୍ରିୟା . ଗୋଟିଏ ଗୋଷ୍ଠୀ ବିପୁଳ ଭୋଟ ବ୍ୟବଧାନ ରେ ବିଜୟ ଲାଭ କରିଥିବା ବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋପଳ ଚରଣ ବେହେରା ଓ ତାଙ୍କ ଦଳ ଧରାଶାୟୀ ହୋଇଛି । ସୂଚନା ଅନୁଯାୟୀ ବୋଲଗଡ଼ ବ୍ଲକ ରେ ଦ୍ଵିତୀୟ ପର୍ଯ୍ୟାୟ ରେ ଅନୁଷ୍ଠିତ ଧଳାପଥର ସେବା ସମବାୟ ସମିତି ନିର୍ବାଚନ ରେ ୧୫ ଟି ୱାର୍ଡ ମଧ୍ୟରୁ ୧୪ ଟି ୱାର୍ଡ ସଭ୍ୟ ଗୋଟିଏ ଗୋଷ୍ଠୀକୁ ବାଜିମାତ କରିଥିବା ବେଳେ ଶାସକ ଗୋଷ୍ଠୀ ମାତ୍ର ଗୋଟିଏ ୱାର୍ଡ ଜିତିଛି । ପୂର୍ବତନ ବ୍ଲକ ଅଧକ୍ଷ ଗୋପଳ ଚରଣ ବେହେରା ଶୋଚନୀୟ ପରାଜୟ ହେଇଥିବା ବେଳେ ତାଙ୍କ ଗୋଷ୍ଠୀର ୧୧ ଜଣ ୱାର୍ଡ ସଭ୍ୟ ପରାଜିତ ହୋଇଛନ୍ତି । ୧୫ ଟି ଆସନ ଭିତରୁ ୩ ଟି ବିନା ନିର୍ବାଚନ ରେ ଆଗରୁ ବିଜୟୀ ହୋଇଥିଲେ । ମାତ୍ର ଆଜି ଭୋଟ ରେ ଆଉ ୧୧ ଜଣ ବିଜୟ ଲାଭ କରିଛନ୍ତି । ଗୋଟିଏ ୱାର୍ଡ ସମାନ ସଂଖ୍ୟକ ଭୋଟ ପଡ଼ିଥିବାରୁ ଧର୍ମ ଗୁଳା ଦ୍ଵାର ନିର୍ଣ୍ଣୟ କରାଯାଇଥିଲା , ଯାହାକି ଶାସକ ଗୋଷ୍ଠୀ ଙ୍କ ଖାତାକୁ ଯାଇଥିଲା . ନିର୍ବାଚନ ଅଧିକାରୀ ଙ୍କ ସହିତ ଧଳାପଥର ଫାଣ୍ଡି ଅଧିକାରୀ ଶରତ ଚନ୍ଦ୍ର ବେହେରା ଉପସ୍ଥିତ ରହି ନିର୍ବାଚନ ପରିଚାଳନା ରେ ସହଯୋଗ କରିଥିଲେ । ସମସ୍ତ ନିର୍ବାଚନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ହୋଇଥିବାରୁ ୱାର୍ଡ ସଭ୍ୟ ସନ୍ତୋଷ କୁମାର ତ୍ରିପାଠୀ ଏବଂ ସ୍ଥାନୀୟ ସରପଞ୍ଚ ନାରାୟଣ ସାହୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।

Exit mobile version