ପୁଲିସ କବଜାରେ ଆନ୍ତଃ ଜିଲ୍ଲା ଲୁଟେରା ଗ୍ୟାଙ୍ଗ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ପୁଲିସ କବଜାରେ ଆନ୍ତଃ ଜିଲ୍ଲା ଲୁଟେରା ଗ୍ୟାଙ୍ଗ . ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଗଡ଼ ଖୋର୍ଦ୍ଧା ହାଉସିଂ ବୋର୍ଡ କଲୋନୀର କାଳି ପ୍ରସାଦ ରାହୁଳ ଓ ସଦର ଥାନା ନନ୍ଦପୁର ଗ୍ରାମର ସୁନୀଲ ମାନସିଂହଙ୍କୁ ଗିରଫ କରିଛି ପୁଲିସ . ସୁନାଚେନ ଲୁଟି ପୁରୀ ଜିଲ୍ଲା ଗଡିଶାଗୋଦା ଥାନା ଅନ୍ତର୍ଗତ ରାଜଘରପୁର ଅଞ୍ଚଳର ବିଭୁତି ଭୂଷଣ ସାହୁଙ୍କୁ ବିକ୍ରୀ କରି ଟଙ୍କା ଆଣିଥିଲେ । ଗତ ୧୪ ତାରିଖ ଅପରାହ୍ନରେ ସ୍ଥାନୀୟ ଅଞ୍ଚଳରେ ପ୍ରୀତି ମିଶ୍ର ଓ ତାଙ୍କ ବନ୍ଧୁ ଲକ୍ଷ୍ମୀପ୍ରିୟା ତ୍ରିପାଠୀ ଏକ ସ୍କୁଟି ଯୋଗେ ନୂଆବସ ଷ୍ଟାଣ୍ଡରୁ ବ୍ୟାଙ୍କ ଅଭିମୁଖେ ଯାଉଥିବା ବେଳେ ୨ ଜଣ ଯୁବକ ଛିନତାଇ କରି ଆଖି ପିଛୁଳାକେ ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ । ଏ ନେଇ ଅଭିଯୋଗ ପରେ ଏସପି ସିଦ୍ଧାର୍ଥ କଟରିଆଙ୍କ ନିର୍ଦ୍ଦେଶ କ୍ରମେ ଏସଡ଼ିପିଓ ସୁଶୀଲ କୁମାର ମିଶ୍ର, ଆଦର୍ଶ ଭାରପ୍ରାପ୍ତ ଥାନା ଅଧିକାରୀ ସଞ୍ଜୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨ ଜଣ ଚେନ ଲୁଟେରା ଓ ବଣିଆକୁ ଗିରଫ କରି ୯ ଟି ସୁନା ଚେନ ଓ ୭ ଟି ବାଇକ ଜବତ କରିଥିବାର ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *