ଶ୍ୱଶୁର ର କଟୁରୀ ମାଡରେ ବୋହୁ ଗୁରୁତର !!!

Spread the love

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଏଭଳି ଏକ ଅଭିଯୋଗ ସାମ୍ନାକୁ ଆସିଛି । ପାରିବାରିକ କଳହ ହେଲା କାଳ । ସାମାନ୍ୟ ଯୁକ୍ତିତର୍କରୁ ବୋହୁକୁ ହାଣିଲା ଶ୍ୱଶୁର । ଶ୍ୱଶୁରର କଟୁରୀ ମାଡରେ ବୋହୁ ଗୁରୁତର । ଖବର ମୁତାବକ, ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଝରିଆ ଗ୍ରାମର ଆରତ ସୁବୁଦ୍ଧି ନିଜ ବୋହୁଙ୍କୁ ହାଣି ଦେଇଥିବା ନେଇ ହୋଇଛି ଅଭିଯୋଗ । ଶ୍ୱଶୁର ଏକ କଟୁରୀରେ ବୋହୁଙ୍କୁ ହାଣିଥିବା ଅଭିଯୋଗ ହୋଇଛି । ଘରେ ପୁଅ ନଥିବା ସମୟରେ କିଛି ପାରିବାରିକ ସମସ୍ୟାକୁ ନେଇ ବୋହୁ ମୀନତି ଓ ଶ୍ୱଶୁର ଆରତଙ୍କ ମଧ୍ୟ୍ୟରେ ହୋଇଥିଲା କଥା କଟା କଟି । ଏଥିରେ ଉଗ୍ର ହୋଇ ବୋହୁଙ୍କୁ ଶ୍ୱଶୁର ଆରତ ସୁବୁଦ୍ଧି କଟୁରୀରେ ଆକ୍ରମଣ କରିଥିଲେ । ଫଳରେ ବୋହୁ ମୀନତି ସୁବୁଦ୍ଧି (୩୫) ଙ୍କୁ ଗୁରୁତର ଅବସ୍ଥାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *