Site icon Awaj Media

ଜରୁରୀ କାଳୀନ ସେବାର 112 ଗାଡିକୁ ଶୁଭାରମ୍ଭ କଲେ ଗଜପତି ଜିଲ୍ଲାପାଳ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ପରିସରରେ ଜରୁରୀ କାଳୀନ 112 ଗାଡି ସେବାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏବଂ ଏସପି ଜୟରାମ ଶତପଥୀ । ଏହି ସେବା ଦ୍ବାରା ଜିଲ୍ଲା ବାସୀଙ୍କୁ ଜରୁରୀ କାଳୀନ ସେବା ଯୋଗାଇ ଦିଆଯାଇ ପାରିବ । ମୁଖ୍ୟତଃ ସଡକ ଦୁର୍ଘଟଣାର ଶିକାର ହେଉଥିବା ଲୋକ 112 କୁ କଲ କଲେ ଅତିଶୀଘ୍ର ଗାଡିଟି ଅତି କମ ସମୟରେ ପହଞ୍ଚି ଆହତ ଲୋକଙ୍କୁ ଉଦ୍ଧାର କରି ପାରିବ । ଗଜପତି ଜିଲ୍ଲାର ତିନୋଟି ପୋଲିସ ଥାନା କୁ 112 ଗାଡି ପ୍ରଦାନ କରାଯିବାକୁ ସ୍ଥିର ହୋଇଛି । ବର୍ତ୍ତମାନ ପାରଳାଖେମୁଣ୍ଡି ଆଦର୍ଶ ଥାନାକୁ ଓ ମୋହନା ଥାନାକୁ ଗୋଟିଏ ଲେଖାଏଁ ଗାଡି ଦିଆ ଯାଇଥିବା ବେଳେ ଆର ଉଦୟଗିରି ଥାନାକୁ ଆସନ୍ତା ସପ୍ତାହରେ ପ୍ରଦାନ କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରାମକୃଷ୍ଣ ପତି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାମଦେଵ ସିଂ, ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ସମେତ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ । ଗଜପତି ଜିଲ୍ଲା ପୋଲିସର ଏହି ଭଳି ପ୍ରୟାସକୁ ଜିଲ୍ଲା ବାସୀ ପ୍ରଶଂସା କରିବା ସହିତ ସ୍ୱାଗତ ମଧ୍ୟ କରିଛନ୍ତି ।

Exit mobile version