Site icon Awaj Media

ସାନହନ୍ତୁଆଡ଼ ଗ୍ରାମରେ ଶ୍ରୀ ଶ୍ରୀ କୁଞ୍ଜବିହାରୀ ଦେବଙ୍କର ନୂତନ ବିଗ୍ରହ ପ୍ରତିଷ୍ଠା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମନ୍ଦିରରେ ପ୍ରତିଷ୍ଠା ହେଲା ନୂତନ ବିଗ୍ରହ , ସାନହନ୍ତୁଆଡ଼ ଗ୍ରାମରେ ଶ୍ରୀ ଶ୍ରୀ କୁଞ୍ଜବିହାରୀ ଦେବଙ୍କର ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ l ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ସାନହନ୍ତୁଆଡ଼ ଗ୍ରାମର ପ୍ରସିଦ୍ଧ କୁଞ୍ଜବିହାରୀ ଦେବଙ୍କ ମନ୍ଦିରରେ ଚାରି ଦିନ ଧରି ପାଳିତ ହୋଇଛି ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ l ୨୮ ତାରିଖରେ ଅଙ୍କୁରାରୋପଣ , ୨୯ ତାରିଖରେ ଜଳ ଯାତ୍ରା ସୂର୍ଯ୍ୟ ପୂଜା ଅଗ୍ନି ସ୍ଥାପନ ନୂତନ ବିଗ୍ରହ ଗର୍ଭାଧାନ କର୍ମ ପିଣ୍ଡିରେ ନୂତନ ବିଗ୍ରହ ଙ୍କର ସ୍ନାନ l ଏହି ଧାର୍ମିକ କାର୍ଯ୍ୟରେ ବହୁ ପ୍ରତିଷ୍ଠିତ ଲୋକ ଯୋଗ ଦେଇଛନ୍ତି l ସାନହନ୍ତୁଆଡ ଗାଁ ସମେତ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ଏହି ନୂତନ ବିଗ୍ରହଙ୍କୁ ଦର୍ଶନ କରିବା ପାଇଁ ସମାଗମ ହୋଇଥିଲେ l ଗତ କିଛିଦିନ ହେବ ଏହି ମନ୍ଦିରର ମୂର୍ତ୍ତି ଖରାପ ହୋଇ ଯାଇଥିବା ଗ୍ରାମବାସୀ ମାନେ ଦେଖିଥିଲେ ଓ ପରେ ଗ୍ରାମବାସୀ ମାନଙ୍କ ମିଳିତ ସହଯୋଗରେ ଶ୍ରୀ ଶ୍ରୀ କୁଞ୍ଜବିହାରୀ ଦେବଙ୍କ ବିଗ୍ରହ ପ୍ରତିଷ୍ଠା କରାଯାଉଛି l ମନ୍ଦିରର ଚାରି ପାର୍ଶ୍ୱରେ ସବୁଜ ରଙ୍ଗର ପରିବେଶ ମଧ୍ୟରେ ରହିଛି , ଏହି ଭବ୍ୟ ମନ୍ଦିରରେ ଶ୍ରୀ ଶ୍ରୀ କୁଞ୍ଜବିହାରୀ ଦେବଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି ।

Exit mobile version