Site icon Awaj Media

ବାଲୁଗାଁ ଉମା ମହେଶ୍ୱର ମନ୍ଦିର ପରିସରରେ ଭିକ୍ଷୁକଙ୍କ ମୃତ୍ୟୁ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଉମା ମହେଶ୍ୱର ମନ୍ଦିର ପରିସରରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା । ଖବର ମୁତାବକ ବାଲୁଗାଁ ଅଞ୍ଚଳରେ ଜଣେ ଭିକ୍ଷୁକ ଭିକ୍ଷା କରି ସବୁଦିନ ଉମା ମହେଶ୍ୱର ମନ୍ଦିର ପରିସରରେ ରହୁଥିଲେ । ହଠାତ୍ କୌଣସି କାରଣ ଯୋଗୁଁ ଆଜି ସକାଳେ ଭିକ୍ଷୁକ ଜଣଙ୍କର ମନ୍ଦିର ପରିସରରେ ମୃତ୍ୟୁ ଘଟିଛି । ସଙ୍ଗେ ସଙ୍ଗେ ଆଖ ପାଖ ଅଞ୍ଚଳ ବାସୀ ବାଲୁଗାଁ ପୋଲିସକୁ ଖବର ଦେଇଥିଲେ . ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ ଜାରି ରଖିଛି । ଭିକ୍ଷୁକ ଜଣକ ନିରାକାରପୁର ଅଞ୍ଚଳର ବୋଲି ଜଣା ପଡ଼ିଛି ।

Exit mobile version