Site icon Awaj Media

ଜିଲ୍ଲା ସ୍ତରୀୟ କ୍ରୀଡା ଛାତ୍ରବାସ ଚୟନ ନିମନ୍ତେ ପ୍ରସ୍ତୁତି ବୈଠକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ କ୍ରୀଡା ଛାତ୍ରବାସ ଚୟନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତହୋଇ ଯାଇଛି l ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉପ-ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ, ପିଏ ଆଇଟି ଡିଏ ଫାଲଗୁନି ମାଝୀ, ଜିଲ୍ଲା କ୍ରୀଡା ଅଧିକାରୀ ନଟବର ଗରଡ଼ା ପ୍ରମୁଖ ଉପସ୍ଥିତ ଥିଲେ l କ୍ରୀଡା ଛାତ୍ରବାସ ଚୟନ ନିମନ୍ତେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଗଲା l ଏଥିରେ 125 ଜଣ କ୍ରୀଡାବିତ୍ , ଗଜପତି, ଗଞ୍ଜାମ, କୋରାପୁଟ ଏବଂ ମାଲକାନଗିରି ଏହି ଚାରି ଗୋଟି ଜିଲ୍ଲାରୁ ଅଂଶଗ୍ରହଣ କରିବେ l ଗଜପତି ଜିଲ୍ଲାର ଶାରୀରିକ ଶିକ୍ଷା ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଆଲୋଚନାରେ ଉପସ୍ଥିତ ଥିଲେ l ବୈଠକରେ ନିଷ୍ପତ୍ତି କ୍ରମେ ଆସନ୍ତା ମାସ ୨ ତାରିଖରେ ସ୍ଥାନୀୟ ଗଜପତି ଷ୍ଟାଡିୟମକୁ କ୍ରୀଡା ଛାତ୍ରବାସ ଚୟନ ପ୍ରକ୍ରିୟା ନିମନ୍ତେ ସ୍ଥାନ ନିରୂପଣ କରାଗଲା ।

Exit mobile version