Site icon Awaj Media

ନୟାଗଡ଼ ରେ ବହୁ ଆଡମ୍ବର ରଥଯାତ୍ରା ପାଳିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଆଜି ହେଉଛି ପବିତ୍ର ଘୋଷଯାତ୍ରା । ନୟାଗଡ଼ ରେ ବହୁ ଆଡମ୍ବର ରେ ପାଳିତ ହେଉଛି ରଥଯାତ୍ରା । ଦୁଇ ବର୍ଷର ପ୍ରତୀକ୍ଷା ପରେ ଭକ୍ତମାନେ ଦର୍ଶନ ପାଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତିଙ୍କର । ଭୋର ତିନି ଘଣ୍ଟାରୁ ନୀତି ଆରମ୍ଭ ହୋଇ ଗୋଟି ପହଣ୍ଡିରେ ରଥାରୁଢ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତି । ଦିନ ତିନିଟାରେ ଛେରା ପହଁରା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଭକ୍ତ ମାନଙ୍କ ପାଇଁ ମନ୍ଦିର ବେଢ଼ା ଭିତରେ ଅଭଡ଼ା ର ସୁବ୍ୟବସ୍ଥା କରାଯାଇଥିବା ବେଳେ ଭକ୍ତ ମାନଙ୍କ ପାଇଁ ଅନନ୍ୟା ଫାଉଣ୍ଡେସନ, ଭିମରାଓ ସେବା ସଙ୍ଗଠନ ଏବଂ ବିଭିନ୍ନ ସଂସ୍ଥା ତରଫରୁ ଦହି ପାଣି ବ୍ୟବସ୍ଥା କରାଯାଇଥିଲା । ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ଏବଂ ଦେବୋତ୍ତର ବିଭାଗ ତରଫରୁ ଭକ୍ତ ମାନଙ୍କୁ ପ୍ରତି ମୂହୁର୍ତ୍ତ ର ସୂଚନା ପ୍ରଦାନ କରାଯାଉଥିଲା । ଛୋଟ ପିଲାମାନେ ନିଜେ ରଥ ନିର୍ମାଣ କରି ରଥ ଟାଣିବା ବିଶେଷ ଆକର୍ଷଣ ଥିଲା । ନୟାଗଡ଼ ପରମ୍ପରା ଅନୁଯାୟୀ ଦୁଇ ଦିନ ରଥଯାତ୍ରା ହେଉଥିବା ବେଳେ ଆଜି ରଥଟଣା ଯାଇ ଅଧା ରାସ୍ତା ରେ ରହିଛି . ଦେବୀ ସୁଭଦ୍ରାଙ୍କ ରଥ ମହିଳା ଭକ୍ତ ମାନେ ଟାଣିଥିଲେ । ଆସନ୍ତା କାଲି ରଥ ଗୁଣ୍ଡିଚା ମନ୍ଦିର ରେ ଲାଗି ସମସ୍ତ ନୀତି କାନ୍ତି ଆରମ୍ଭ ହେବ ।

Exit mobile version