Site icon Awaj Media

ବାଣପୁର ଶ୍ରୀ ଶ୍ରୀ ଚରଣ ଚକାଦେବ ଓ ଶ୍ରୀ ରଙ୍କନାଥ ଦେବଙ୍କ ଘୋଷଯାତ୍ରା ଅନୁଷ୍ଠିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ରେ ଅନୁଷ୍ଠିତ ହୋଇଯାଇଛି ଶ୍ରୀ ଶ୍ରୀ ଚରଣ ଚକାଦେବ ଓ ଶ୍ରୀ ରଙ୍କନାଥ ଦେବଙ୍କ ଘୋଷଯାତ୍ରା . ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଆଷାଢ଼ ମାସର ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ଅନୁଷ୍ଠିତ ହୋଇଥାଏ । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ବଡହନ୍ତୁଆଡ ଗ୍ରାମରେ ଥିବା ଶ୍ରୀ ଶ୍ରୀ ଚରଣ ଚକାଦେବ ଓ ବାଣପୁର ବଜାର ସାହିରେ ଥିବା ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ଘୋଷଯାତ୍ରା ଧୁମଧାମ ସହ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର କମିଟି ପକ୍ଷରୁ ପୂର୍ବ ପ୍ରସ୍ତୁତିରେ ବୈଦିକ ରୀତି ନୀତି ରେ ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା । ପରେ ଶ୍ରୀ ଜୀଉ ମାନଙ୍କୁ ରଥାରୁଢ଼ କରାଯିବା ପରେ ଜଗନ୍ନାଥ ଶ୍ରୀ ଚରଣ ଚକାଦେବଙ୍କ ରଥକୁ ଭାଟପଢା ରାଜା ଓ ଶ୍ରୀ ରଙ୍କନାଥ ଦେବଙ୍କ ରଥକୁ ପାରିକୁଦ ରାଜା ଛେରା ପହଁରା କରିଥିଲେ । ଗତଦୁଇ ବର୍ଷର କୋଭିଡ କଟକଣା ପରେ ଚଳିତ ବର୍ଷ କୋଭିଡ କଟକଣା ନଥିବାରୁ ଭକ୍ତ ଭଗବାନ ଙ୍କ ଏହି ଅପୂର୍ବ ମିଳନ କୁ ଦେଖିବା ପାଇଁ ଚାହିଁ ବସିଥିବା ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ପଲଟନ ପଡିଆ ଓ ବାଣପୁର ବଜାର ସାହିରେ ।

Exit mobile version