କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : କଳାପଥର ନିକଟସ୍ଥ ବରପୁଟ ବାଣିଆ ଦେବଗିରି ପୀଠରେ ରଥ ଯାତ୍ରା ନୀତି ଶାନ୍ତି ଶୃଙ୍ଖଳାର ସହିତ ସମ୍ପୂର୍ଣ୍ଣ ହୋଇଛି l ତିନି ବିଗ୍ରହ ଙ୍କୁ ପହଣ୍ଡି ବିଜେ କରାଇ ରଥ କୁ ନିଆ ଯାଇଥିଲା l ତାପରେ ଦକ୍ଷିଣ ମୋଡ଼ ହୋଇ ଭକ୍ତ ଓ ସ୍ଵଳ୍ପ ସଂଖ୍ୟକ ପୁଲିସ କର୍ମଚାରୀ ଙ୍କ ସହାୟତା ରେ ନିର୍ଦ୍ଧାରିତ ସମୟରେ ମାଉସୀ ମା ମନ୍ଦିର ଠାରେ ପହଂଚି ଥିଲେ l ପୂଜକ ପ୍ରଭାତ ରଞ୍ଜନ ତ୍ରିପାଠୀ , ଘୋଷକ ବିନୋଦ ବିହାରୀ ରାଉତ , ସାରଥି କୁଳମଣି ରଣା ରଥ ନୀତି ସମ୍ପର୍ଣ୍ଣ କରିଥିଲେ l ଦୁଇ ବର୍ଷ ପରେ ରଥ ଯାତ୍ରା ହୋଇଥିବାରୁ ଆଖ ପାଖ ଅଞ୍ଚଳ ରୁ ବହୁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା l ମନ୍ଦିର ପ୍ରଶାସନ ତରଫରୁ ଜଳ ଯୋଗାଣ ଓ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା l ଭକ୍ତ ମାନଙ୍କ ଦାନରେ ନିର୍ମିତ ହୋଇଥିବା ନୂତନ ବାଇଶି ପାହାଚ କୁ ପୁର୍ବାହ୍ନ ରେ ମୁଖ୍ୟ ପୂଜକ ତଥା ମନ୍ଦିର ପ୍ରତିଷ୍ଠାତା ବିପିନ ବିହାରୀ ତ୍ରିପାଠୀ ଫିତା କାଟି ନଡ଼ିଆ ବାଡ଼େଇ ସର୍ବ ସାଧାରଣ ଙ୍କ ନିମନ୍ତେ ଲୋକାର୍ପିତ କରିଥିଲେ l ଏହି ଉତ୍ସବରେ ମନ୍ଦିର ପରିଚାଳନା କମିଟିର ସଭାପତି ଶରତ ଚନ୍ଦ୍ର ତ୍ରିପାଠୀ , ସମ୍ପାଦକ ସଦାନନ୍ଦ ଦାସ , ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ପ୍ରତିହାରୀ , ଶିକ୍ଷାବିତ୍ ସୁନୀଲ କୁମାର ମିଶ୍ର , ପୂର୍ବତନ ବରପୁଟ ସରପଞ୍ଚ ରଘୁନାଥ ସ୍ଵାଇଁ , ଯୁବ ନେତା ଧନେଶ୍ଵର ବଳିଆର ସିଂହ , ଆଇନଜୀବୀ ସୁଶାନ୍ତ ଭଟ , ଶତୃଘ୍ନ ପଣ୍ଡା , କଳ୍ପତରୁ ପଣ୍ଡା , ପ୍ରଶାନ୍ତ ମହାନ୍ତି , ବ୍ରଜବନ୍ଧୁ ପ୍ରଧାନ , କରୁଣାକର ସିଂହ , ଅନନ୍ତ ଦାସ ପ୍ରମୁଖ ବହୁ ମାନ୍ୟଗଣ୍ଯ ବ୍ୟକ୍ତି ଉପସ୍ଥିତ ଥିଲେ l
ଦେବଗିରି ପୀଠରେ ରଥ ଯାତ୍ରା ନୀତି ସମ୍ପୂର୍ଣ୍ଣ ଓ ବାଇଶି ପାହାଚ ଲୋକାର୍ପିତ !!!

