ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଛକ ପାଖ ଜାତୀୟ ରାଜପଥ ଓଭର ବ୍ରିଜ ରାସ୍ତା କଡ଼ରେ ଚେତାଶୂନ୍ୟ ଅବସ୍ଥାରେ ଅଜଣା ଯୁବକ ଉଦ୍ଧାର . ଯୁବକ ଜଣକ ଚେତାଶୂନ୍ୟ ଅବସ୍ଥାରେ ପଡି ରହିଥିବା ବେଳେ ସ୍ଥାନୀୟ ଲୋକେ ଦେଖି ତୁରନ୍ତ ସରକାରୀ 108 ଆମ୍ବୁଲାନ୍ସର କର୍ମଚାରୀ ମାନଙ୍କ ସହିତ ଯୋଗାଯୋଗ କରିବାରୁ 108 ଆମ୍ବୁଲାନ୍ସର କର୍ମଚାରୀ ମାନେ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଚେତାଶୂନ୍ୟ ଅବସ୍ଥାରେ ପଡି ରହିଥିବା ଅଜଣା ଯୁବକଙ୍କୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ . ପରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରୀ ମାନଙ୍କ ଦ୍ଵାରା 4 ଦିନ ଚିକିତ୍ସା କରାଯିବା ପରେ ଆଜି ସକାଳୁ ଅଜଣା ଯୁବକଙ୍କର ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଯୁବକଙ୍କୁ ସରକାରୀ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତରିତ କରାଯାଇଥିବା ଦେଖିବାକୁ ମିଳିଛି .
ମଙ୍ଗଳପୁର ଓଭର ବ୍ରିଜ ରାସ୍ତା କଡ଼ରୁ ଚେତାଶୂନ୍ୟ ଅବସ୍ଥାରେ ଅଜଣା ଯୁବକ ଉଦ୍ଧାର !!!

