କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ପୋଲିସ ହାବିଲଦାର କେଶବ ଚନ୍ଦ୍ର ନାଏକଙ୍କୁ ଥାନା ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶ୍ରୀ ନାୟକଙ୍କ ନିଜ ଘର ଅନୁଗୁଳ ଜିଲ୍ଲାରେ ହୋଇଥିବା ବେଳେ ସେ ତାଙ୍କର ଚାକିରୀ ଜୀବନ କନ୍ଧମାଳ ଜିଲ୍ଲାରେ ଆରମ୍ଭ କରିଥିଲେ । କନ୍ଧମାଳ ଜିଲ୍ଲାର ବିଭିନ୍ନ ଥାନାରେ କାର୍ଯ୍ୟ କରି ସେ ଅବସର ସମୟରେ ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ଥିଲେ । ଶ୍ରୀ ନାୟକ ଜଣେ ଅମାୟିକ ବ୍ୟକ୍ତିତ୍ୱ ଓ ଶାନ୍ତ ସ୍ଵଭାଵର ହୋଇଥିବା ବେଳେ ସେ ଜଣେ ଦକ୍ଷ ପୁଲିସ କର୍ମଚାରୀ ଭାବରେ ସାରା କନ୍ଧମାଳ ଜିଲ୍ଲାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ଅନ୍ୟପଟେ ତାଙ୍କର ମେଳାପୀ ଗୁଣ ଯୋଗୁଁ ଫିରିଙ୍ଗିଆର ଘରେ ଘରେ ପରିଚିତ ଥିଲେ । ଶ୍ରୀ ନାୟକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିବା ପାଇଁ ଫିରିଙ୍ଗିଆ ଥାନା ପରିସରରେ ଥାନା ଅଧିକାରୀ ପି. ଶ୍ୟାମ ସୁନ୍ଦର ରାଓଙ୍କ ଅଧକ୍ଷତାରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ବୈଠକ ଅନୁଷ୍ଠିତ ହୋଇଥିଲା ।
କନ୍ଧମାଳ : ପୋଲିସ ହାବିଲଦାରଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା !!!

