Site icon Awaj Media

ମା ଭଗବତୀ କଳା ନିକେତନର ସପ୍ତମ ବାର୍ଷିକ ଉତ୍ସବ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ପଲଟନ ପଡିଆରେ ମା ଭଗବତୀ କଳା ନିକେତନ ର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଅନୁଷ୍ଠାନର ସଭାପତି ସୁକାନ୍ତ କୁମାର ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସନତ କୁମାର ପଟନାୟକ ଏବଂ ସମ୍ମାନୀତ ଅତିଥି ଭାବେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ , ଲକ୍ଷ୍ମୀଧର ସାହୁ ରାଜ୍ୟଧକ୍ଷ ସଂସ୍କୃତି ଓ କଳା ପରିଷଦ ଯୋଗଦେଇ ଦୀପ ପ୍ରଜ୍ବଳନ କରିବା ସହିତ ଆଜିର ଦିନରେ ଲୁପ୍ତ ପାଇ ଯାଉଥିବା କଳା, ସଂସ୍କୃତିକୁ ବଜାୟ ରଖିବା ଦିଗରେ ଅନୁଷ୍ଠାନ ପ୍ରେରଣାର ଉତ୍ସ ଯୋଗାଇ ଦେଉଥିବା ମୁଖ୍ୟ ଅତିଥି ନିଜ ବକ୍ତ୍ୟବରେ କହିଥିଲେ । କଳା ପ୍ରତି ଆଗ୍ରହ ରଖୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଆଗାମି ଦିନରେ ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା କରାଯିବା ନେଇ ସଭାପତି ସୁକାନ୍ତ କୁମାର ବିଶ୍ୱାଳ ଓ ସମ୍ପାଦିକା ବ୍ରିଷ୍ଣୁ ପ୍ରିୟା ବାରିକ ପ୍ରତିଶୃତି ଦେଇଥିଲେ ।ପରିଶେଷରେ ଅନୁଷ୍ଠାନର କୁନି କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଗତ ଦୁଇ ବର୍ଷର କୋଭିଡ କଟକଣା ଭିତରେ ଚଳିତ ବର୍ଷ ଏହି ଉତ୍ସବ ଧୁମ୍ ଧାମରେ ଅନୁଷ୍ଠିତ ହୋଇଯାଇଛି ।

Exit mobile version