Site icon Awaj Media

ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ପରିଚୟ ପତ୍ର ବଣ୍ଟନ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ଡ୍ରାଇଭର ମହାସଂଘ ମାଧ୍ୟମରେ କୁହୁଡି ମା ସୁଲିଆ ଦେବୀଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁ ଥିରେ ଚିଲିକା ବ୍ଲକ୍ ର ୧୭ ଟି ପଞ୍ଚାୟତର ଆଡମିନ ଙ୍କ ସହିତ ସମସ୍ତ ଡ୍ରାଇଭର ଉପସ୍ଥିତ ରହିଥିଲେ ଏବଂ ଖୋର୍ଦ୍ଧା ଓ ବୋଲଗଡ଼ ରୁ ବ୍ଲକ୍ ସଭାପତି ମଧ୍ୟ ଆସି ଯୋଗ ଦେଇଥିଲେ . ସଭାକୁ ପରିଚାଳିତ କରିଥିଲେ ଚିଲିକା ବ୍ଲକ ର ସମ୍ପାଦକ . କାର୍ଯ୍ୟକ୍ରମରେ ନୂତନ ସଦସ୍ୟ ଚୟନ କରି ସେମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇଥିଲା ପରେ ଫୋକୋସ ପ୍ଲସ ର ସାମ୍ବାଦିକ ସୁଧୀର କୁମାର ବେହେରା ଓ ପ୍ରବାହ ଖବର କାଗଜ ର ସାମ୍ବାଦିକ ସଂଗ୍ରାମ ରଣାଙ୍କୁ ମଧ୍ୟ ଉତ୍ତରୀୟ ମାଧ୍ୟମରେ ସମ୍ମାନିତ କରାଯାଇଥିଲା । ବୈଠକର ଶେଷ ପର୍ଯ୍ୟାୟରେ ସମସ୍ତ ଡ୍ରାଇଭର ମାନଙ୍କୁ ନିଜର ଏକ ସ୍ବତନ୍ତ୍ର ପରିଚୟ ପତ୍ର ପ୍ରଦାନ କରାଯିବା ପରେ ଆଗାମୀ ଦିନରେ ଆନ୍ଦୋଳନ କୁ କିଭଳି ଭାବରେ ମଜବୁତ୍ କରାଯିବ ସେ ନେଇ ଆଲୋଚନା କର ଯାଇଥିଲା ।

Exit mobile version