Site icon Awaj Media

ଅଳଙ୍କାର ବ୍ୟବସାୟୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ସଭା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀର ବ୍ୟବସାୟୀକ ପ୍ରତିଷ୍ଠାନ ଜୌତ୍ସ୍ନା ଅଳଙ୍କାର ର ପ୍ରତିଷ୍ଠାତା ସନ୍ତୋଷ କୁମାର ସାହୁ ଙ୍କ ଦେହାନ୍ତରେ ସମଗ୍ର ଅଳଙ୍କାର ବ୍ୟବସାୟୀଙ୍କ ଭିତରେ ଖେଳି ଯାଇଛି ଶୋକର ଛାୟା । ଏହି ପରିପ୍ରେକ୍ଷୀରେ ବାଙ୍କୀ ଜଗନ୍ନାଥ ବଜାର ବ୍ୟବସାୟ ସଂଘ ପକ୍ଷରୁ ବାଙ୍କୀ ବଜାରରେ ଥିବା ସମସ୍ତ ବଣିକ ମାନେ ଏକତ୍ରିତ ହୋଇ ତାଙ୍କର କମାରଶାଳ ଗଳି ରେ ଥିବା ଦୋକାନ ସମୁଖରେ କ୍ୟାଣ୍ଡେଲ ଜାଳି ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ସଂଘର ସଭାପତି ପ୍ରଭାତ ସାହୁ ଙ୍କ ତତ୍ତ୍ୱାବଧାନରେ ସମ୍ପାଦକ ତୁଷାର କାନ୍ତ ବୈଠାରୁ ସୂଚାରୁ ରୂପେ ପାଳନ କରିବା ସହ ତାଙ୍କ ପରିବାର ଲୋକଙ୍କୁ ଆଗାମୀ ଦିନରେ ସଂଘ ପକ୍ଷରୁ ସମସ୍ତ ସହଯୋଗ ଦିଆଯିବା ପାଇଁ ପ୍ରତିଶୃତି ଦେଇଥିଲେ । ଉକ୍ତ ଶ୍ରଦ୍ଧାଞ୍ଜଳୀ ସଭାରେ ସ୍ଥାନୀୟ ଅଧିବାସୀ ତଥା ସମାଜସେବୀ କ୍ଷେତ୍ରବାସୀ ଦାଶ ଉପସ୍ଥିତ ରହି ତାଙ୍କ ଆତ୍ମାର ସଦଗତି କାମନା କରିଥିଲେ ।

 

Exit mobile version