Site icon Awaj Media

ଯୁବକ ସଙ୍ଘ ପକ୍ଷରୁ ବୃକ୍ଷ ରୋପଣ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡୀ ପଞ୍ଚାୟତ ର ପୁରୁଣା କେରାଣ୍ଡି ଗ୍ରାମରେ ୱାର୍ଡ ସଭ୍ୟ ସରୋଜ ଙ୍କ ନେତୃତ୍ବରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ 73 ତମ ବନ ମହୋତ୍ସବ ଚାଲୁଥିବା ବେଳେ ଯୁବକ ମାନେ ବନ ବିଭାଗ ପକ୍ଷରୁ ବିଭିନ୍ନ ଚାରା କିଣି ଆଣି ପୁରୁଣା କେରାଣ୍ଡି ଗ୍ରାମ ଶେଷ ଠାରୁ ବିଏନ ପେଲେସ ପର୍ଯ୍ୟନ୍ତ ବିଭିନ୍ନ କିସମର ଚାରା ଲଗାଇଛନ୍ତି । ଏହି ଭଳି କାର୍ଯ୍ୟକ୍ରମ କୁ ଗ୍ରାମବାସୀ ଯୁବକ ମାନଙ୍କୁ ଉତ୍ସ।ହିତ କରିଛନ୍ତି । ଯୁବକ ମାନେ ଆଗରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ, ଧାର୍ମିକ, ସାମାଜିକ କାମରେ ସହଯୋଗର ହାତ ବଢ଼ାଇଥାନ୍ତି । ଏହି କାର୍ଯ୍ୟକ୍ରମରେ କିରଣ, ଦିଲ୍ଲୀପ, ସରୋଜ, ସନ୍ତୋଷ ଅର୍ଜୁନ,ପିଣ୍ଟୁ, ଜୟଚନ୍ଦ୍ର ଙ୍କ ସମେତ ବହୁ ଯୁବକ ସହଯୋଗ କରିଥିଲେ ।

Exit mobile version