Site icon Awaj Media

ରାଜ୍ୟ ସ୍ତରୀୟ ଦଣ୍ଡନାଟ ସମ୍ମିଳନୀ ରେ କନ୍ଧମାଳର ବିଭିନ୍ନ ଦଣ୍ଡନାଟ ଦଳର କୃତିତ୍ୱ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଗଞ୍ଜାମ ଜ଼ିଲ୍ଲା ବରିଷ୍ଠ କଳାକାର ସଂଘ ର ତୃତୀୟ ବାର୍ଷିକ ଉତ୍ସଵ ରେ ଆୟୋଜିତ ରାଜ୍ୟ ସ୍ତରୀୟ ଦଣ୍ଡନାଟ ସମ୍ମିଳନୀ ରେ କନ୍ଧମାଳ ଦଣ୍ଡନାଟ କୃତିତ୍ୱ ହାସଲ କରିପାରିଛି l ବାଲିଗୁଡା ବ୍ଲକ ବାରଖମା ର ଯୁବ କଳାକାର ସଚିଦାନନ୍ଦ ପାତ୍ର ଙ୍କ ନେତୃତ୍ୱ ରେ ମା’ ସୂର୍ଯ୍ୟକାଳୀ ଦଣ୍ଡନୃତ୍ୟ ସଂଘ ର କଳାକାର ମାନେ ଯୋଗଦେଇଥିଲେ l ଏଥିରେ ଅଂଚଳ ର ଜଣାଶୁଣା ଦଣ୍ଡନୃତ୍ୟ ଗୁରୁ ପ୍ରକାଶ କୁମାର ସାହୁ ବୀଣାକାର ଭୂମିକା ରେ ସଫଳ ଅଭିନୟ କରି ଦଳ ପାଇଁ କୃତିତ୍ୱ ଅର୍ଜନ କରି ମୁଖ୍ୟ ଅତିଥି ପୂର୍ବତନ ବ୍ରହ୍ମପୁର ବିଡିଏ ଅଧକ୍ଷ ସୁବାସ ଚନ୍ଦ୍ର ମହାରଣା ଙ୍କ ଠାରୁ ଉପଢୌକନ, ମାନପତ୍ର ଓ ଟ୍ରଫି ଗ୍ରହଣ କରିଛନ୍ତି ଏବଂ ସମଗ୍ର ଜ଼ିଲ୍ଲା ପାଇଁ ଗୌରବ ଆଣିଛନ୍ତି ସେହିପରି ନନ୍ଦିନୀକାଳୀ ଦଣ୍ଡନୃତ୍ୟ ଦଳ ରେବୀଙ୍ଗିଆ ପକ୍ଷରୁ ସମାଜସେବୀ ପୁରସ୍ତମ ବେହେରା ଙ୍କ ନେତୃତ୍ୱ ରେ ବୀଣାକାର ଭୂମିକା ରେ ଗୋବିନ୍ଦ ଚନ୍ଦ୍ର ବେହେରା ନିଖୁଣ ଅଭିନୟ କରି କୃତିତ୍ୱ ଅର୍ଜନ କରି ଜ଼ିଲ୍ଲା ପାଇଁ ଗୌରବ ଆଣି ପାରିଛନ୍ତି l ବାରଖମା ଦଣ୍ଡନୃତ୍ୟ ଦଳର କାରୁଆଣି ଚରିତ୍ର ରେ ଶ୍ୟାମ ସିଂ ପାତ୍ର, ବିକାଶ ସାହୁ ବାଦ୍ୟ ଯନ୍ତ୍ର ରେ ଗଜାଧର ନାୟକ, ଲେଡ଼େନାୟକ, ଦୁଃଶାସନ ନାୟକ ଚକ୍ରମଣି ନାୟକ ଏବଂ ରେବିଙ୍ଗିଆ ଦଳରେ ବାଦ୍ୟକାର ବୁରି ନାୟକ ସହଯୋଗ କରିଥିଲେ l ରାଜ୍ୟ ସ୍ତରୀୟ ଦଣ୍ଡନାଟ ସମ୍ମିଳନୀ ରେ ଜ଼ିଲ୍ଲା ତରଫରୁ ପ୍ରତିନିଧିତ୍ବ କରି ଗୌରବ ଆଣିଥିବା ଦୁଇଦଳ କୁ ବ୍ଲକ କଳାସଂସ୍କୃତି ସଂଘର ଉପ ସଭାପତି ପ୍ରମୋଦ କୁମାର ଦଣ୍ଡସେନା ସାଧୁବାଦ ଜଣାଇଛନ୍ତି l

Exit mobile version