Site icon Awaj Media

ଅର୍ଧେନ୍ଦୁ ଦାସଙ୍କ ଅନ୍ୟାୟ ଗିରଫଦାରୀ ନେଇ ବାଲିଗୁଡା ସାମ୍ବାଦିକଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ : ଉପ ଜ଼ିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ସତ୍ୟ ନିର୍ଭିକ ନିରପେକ୍ଷ ଖବର ପ୍ରସାରଣ କରୁଥିବା ବରିଷ୍ଠ ସାମ୍ବାଦିକ ତଥା ବଡ଼ ଖବର ର ମୁଖ୍ୟ ସମ୍ପାଦକ ଅର୍ଧେନ୍ଦୁ ଦାସଙ୍କୁ ରାଜ୍ୟ ସରକାର ଇଓଡବ୍ଲୁ ଲଗାଇ ଆକ୍ରୋଶ ମୂଳକ ଭାବେ କଣ୍ଠରୋଧ କରିବା ପାଇଁ ଗିରଫ କରାଯାଇ ଥିବାରୁ ବାଲିଗୁଡା ସାମ୍ବାଦିକଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି ଏବଂ ସରକାର ଗଣତନ୍ତ୍ରକୁ ହତ୍ୟା କରିଥିବା ହୀନ ପ୍ରୟାସ କୁ ତୀବ୍ର ନିନ୍ଦା କରାଯାଇଛି ଓ ଓଡିଶା ଇତିହାସ ରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଥିବା ନେଇ ସାମ୍ୱାଦିକ ଙ୍କ ମହଲ ରେ ଅସନ୍ତୋଷ ଦାନା ବାନ୍ଧୁଛି l ଏ ନେଇ ଆଜି ପିଡବ୍ଲୁଡ଼ି ଛକ ରୁ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ଯାଇ ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସ ଙ୍କୁ ନିଃସର୍ତ୍ତ ଖଲାସ ପାଇଁ ଓଡିଶା ର ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ରେ ଏକ ଦାବୀ ପତ୍ର ଦିଆଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି . ତୁରନ୍ତ ଖଲାସ କରାନଗଲେ ଆଗାମୀ ଦିନରେ କଳାବ୍ୟାଚ ପରିଧାନ କରି ଆନ୍ଦୋଳନକୁ ଓଲ୍ହାଇବାକୁ ବାଲିଗୁଡା ସାମ୍ବାଦିକ ସଙ୍ଘ, l ଫ୍ରଣ୍ଟ ଲାଇନ ସାମ୍ବାଦିକ ସଙ୍ଘ, କେୟୁଜେ ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି l ବଡ଼ ଖବର ର ବାଲିଗୁଡା ପ୍ରତିନିଧି ସତ୍ୟ ନାରାୟଣ ପଣ୍ଡା ଙ୍କ ନେତୃତ୍ୱ ରେ ବରିଷ୍ଠ ସାମ୍ବାଦିକ ଅସିତ ବେହେରା, ସୁରେଶ କୁମାର ପତି, ଚିତ୍ତ ରଞ୍ଜନ ନାୟକ, ଅଜିତ ନାୟକ , ପ୍ରମୋଦ ଦଣ୍ଡସେନା , ଭଗବତୀ ପ୍ରସାଦ ସାବତ, ସୁରେଶ କୁମାର ପଣ୍ଡା, ସୁବ୍ରତ କୁମାର ମାଝୀ, ତାପସ କୁମାର ନାୟକ, ବନବାସୀ ପ୍ରଧାନ, ଲକ୍ଷ୍ମୀ ନାରାୟଣ ମଳିକ ପ୍ରମୁଖ ଯୋଗ ଦେଇଥିଲେ l

Exit mobile version