Site icon Awaj Media

ବିପୁଳ ପରିମାଣର ପୋଚ ଓ ଦେଶୀ ମଦ ଜବତ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବେଗୁନିଆ ଥାନା ଅନ୍ତର୍ଗତ ମାଣିବନ୍ଧ ଓ ଦଦରାକାନ୍ଥ ଗ୍ରାମର ନିକଟରେ ଥିବା କୋଶଳାଶୁଣୀ ଜଙ୍ଗଲରୁ ୬ ହଜାର ୮ ଶହ ଲିଟର ପୋଚ ଓ ୪୧୦ ଲିଟର ଦେଶୀ ମଦ ଜବତ କରାଯାଇଛି । ଏତଦ ବ୍ୟତୀତ ବ୍ୟବହୃତ ସାମଗ୍ରୀକୁ ନଷ୍ଟ କରା ଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ୮୧ ହଜାର ହେବ ବୋଲି ଆକଳନ କରାଯାଇଛି । ଏଥିରେ ଅବକାରୀ ବିଭାଗର ଇନିସପେକ୍ଟର ଭୈରବ ସାହୁ, ଭ୍ରାମ୍ୟମାଣ ଇନିସପେକ୍ଟର ସଶ୍ମିତା ହୋତା ଙ୍କ ସମେତ ଖୋର୍ଦ୍ଧା, ଟାଙ୍ଗୀ, ଜଟଣୀ ଓ ବେଗୁନିଆର ଅବକାରୀ ଓଆଇସି ପ୍ରମୁଖ ସାମିଲ ହୋଇଥିଲେ ।

Exit mobile version