Site icon Awaj Media

ନୂତନ ଡାକ୍ତରଙ୍କ ଯୋଗଦାନ : ଅସୁରେଶ୍ଵର ଅଞ୍ଚଳ ବାସୀ ପାଇବେ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଅସୁରେଶ୍ଵର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ସାତ ମାସ ବ୍ୟବଧାନ ପରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ହସ୍ତେକ୍ଷପ ଫଳରେ ନୂତନ ଭାବେ ଏକ କାଳୀନ ଦୁଇ ଜଣ ଡାକ୍ତର ଯୋଗଦାନ କରିଛନ୍ତି । ମେଡିକାଲ ଅଫିସର ରୁପେ ଡାକ୍ତର ପ୍ରଜ୍ଞା ପରମିତା ଦାସ , ଆୟୁଷ ଡାକ୍ତର ରୁପେ ସଶ୍ମିତା ବେହେରା ଓ ଫାରମାସିଷ୍ଟ ଶୁଭଶ୍ରୀ ପ୍ରିୟଦର୍ଶିନୀ ନିଯୁକ୍ତି ହୋଇଛନ୍ତି । ନୂତନ ଭାବେ ଯୋଗଦାନ କରିଥିବା ଡ଼ାକ୍ତର ମାନଙ୍କୁ ନିଶ୍ଚିନ୍ତକୋଇଲି ୨୬ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟା ଜସ୍ମୀତା ସେଠୀ, ଅସୁରେଶ୍ଵର ପଞ୍ଚାୟତ ର ସରପଞ୍ଚ ଗୈାତମୀ ଦାସ, ସମିତି ସଭ୍ୟ ହିମାନ୍ଦ୍ରୀ ମିଶ୍ର, ଯୁବନେତା ଅନନ୍ତ କୁମାର ଦାସ, ନିତ୍ୟାନନ୍ଦ ସେଠୀ, ଅସୁରେଶ୍ଵର ବ୍ୟବସାୟ ସଂଘ ସଭାପତି ରଘୁନାଥ ନାୟକ, ବିଜୟ କୁମାର ସାହୁ, ପୁନାନନ୍ଦ ବେହେରା ଙ୍କ ସମେତ ଅସୁରେଶ୍ଵର ଅଞ୍ଚଳ ବାସୀ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସ୍ୱାଗତ କରିଥିଲେ । ଅସୁରେଶ୍ଵର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଗାମୀ ଦିନରେ ଉନ୍ନତ ମାନର ସେବା ଯୋଗାଇ ଦେବେ ବୋଲି ନୂତନ ଭାବେ ନିଯୁକ୍ତ ହୋଇଥିବା ଡାକ୍ତର ମାନେ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ।

Exit mobile version