Site icon Awaj Media

ବାଣପୁର କାୟାତୋଟା ନିକଟରେ ସଡ଼କ ଦୁର୍ଘଟଣା : ବାଇକ ଚାଳକ ଗୁରୁତର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କାୟାତୋଟା ନିକଟରେ ଗତକାଲି ଏକ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ବାଇକ ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି । ଖବର ମୁତାବକ ଅପରାହ୍ନ ସମୟ ରେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗରେ କାର୍ଯ୍ୟରତ ଆଟେଣ୍ଡାଣ୍ଟ ବିଶ୍ୱମ୍ଭର ନାୟକ କ୍ଷିପ୍ର ଗତିରେ ନିଜ ଗ୍ରାମ ଗୁଆଲଡିହରୁ ବାଇକ ଯୋଗେ କଲେଜ ଯାଉଥିବା ବେଳେ କାୟାତୋଟା ନିକଟରେ ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ଗଞ୍ଜାମ ଜିଲ୍ଲା କୁମାରୀପାରି ଅଞ୍ଚଳର ମାଛ ବେପାରି ଶିବ ବେହେରାଙ୍କ ମୋପେଟ କୁ ଧକ୍କା ଦେଇ ପୁନଶ୍ଚ ଏକ ଗଛରେ ପିଟି ହୋଇ ଯାଇଥିଲେ । ଫଳରେ ଉଭୟ ଗାଡ଼ି ଚାଳକ ଛିଟିକି ତଳେ ପଡି ଯାଇଥିଲେ। ସଙ୍ଗେସଙ୍ଗେ ଉଭୟଙ୍କୁ ସ୍ଥାନୀୟ ଲୋକେ ବାଣପୁର ମେଡିକାଲ ନେଇଥିବା ବେଳେ ବିଶ୍ୱମ୍ଭରଙ୍କ ଅବସ୍ଥା ଗୁରୁତର ଥିବାର ଜଣାପଡିଛି । ତାଙ୍କୁ ଡାକ୍ତର ଭୁବନେଶ୍ୱର ସ୍ଥାନାନ୍ତରିତ କରିଥିବାର ଜଣାପଡିଛି ।

Exit mobile version