Site icon Awaj Media

୧ ୦୦,୦୦୦ ଲିଟର କ୍ଷମତା ବିଶିଷ୍ଟ ଟାଙ୍କି ଅଛି ହେଲେ ପାଣି ନାହିଁ : ଉଠା ଜଳସେଚନ ପ୍ରକଳ୍ପ ଅଛି ହେଲେ ଜମି ପଡିଛି ଶୁଖିଲା !!!

Spread the love

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ କୁଲେଇ ଗ୍ରାମ ପଞ୍ଚାୟତର କୁଲେଇ ଗ୍ରାମରେ ୧ ୦୦ ୦୦୦ ଲିଟର କ୍ଷମତା ବିଶିଷ୍ଟ ଟାଙ୍କି ଅଛି, ପ୍ରତି ଘରକୁ ଘର ଜଳ ଯିବା ପାଇଁ ପାଇପ ଦିଆଯାଇଛି , ହେଲେ ତାହା କେବଳ ଲୋକ ଦେଖାଣିଆ ସାଜିଛି l ସରକାରଙ୍କ ମାଳ ମାଳ ଯୋଜନା ମଧ୍ୟରୁ ବସୁଧା ଯୋଜନାରେ ପ୍ରତି ଘରକୁ ଜଳ ଯୋଗାଇବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ଏହାର ବିପରୀତ ପ୍ରତିଫଳନ କୁଲେଇ ଗ୍ରାମରେ ଦେଖିବାକୁ ମିଳୁଛି l ଦୀର୍ଘ ୪ ବର୍ଷ ରୁ ଉର୍ଦ୍ଧ ହେବ କୋଟି କୋଟି ଟଙ୍କାରେ ଟାଙ୍କି ନିର୍ମିତ ହୋଇଥିବା ବେଳେ ତାହା କେବେ ଦୁଇ ମାସ ପାଇଁ ଜଳ ଯୋଗାଣ ହୋଇନାହିଁ l ତେଣୁ ଗାଁରେ ଅନେକ ଲୋକ ଦୂଷିତ ଜଳକୁ ପାନୀୟ ଜଳ ରୂପେ ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ତେବେ ସ୍ଥାନୀୟ ପ୍ରଶାସନକୁ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରି ଆସୁଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ତେବେ ବର୍ତମାନ ବର୍ଷା ଋତୁ ହେଲେ ମଧ୍ୟ ଜଳର ଘୋର ଅଭାବ ଦେଖା ଯାଉଥିବା ବେଳେ ସ୍ଥାନୀୟ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଥିବା ଏକ ପ୍ରକାର ନିନ୍ଦନୀୟ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି l ତେବେ ଦେଖିବାକୁ ବାକିରହିଲା କେବେ ସାଧାରଣ ଜନତାଙ୍କ ଦୁଃଖ,କଷ୍ଟ ଦେଖି ସ୍ଥାନୀୟ ପ୍ରଶାସନ ଜଳ ଯୋଗାଣ କରିବ । ସେହିପରି ଉଠାଜଳସେଚନ ପ୍ରକଳ୍ପ ଅଛି । ହେଲେ ଚାଷ ଜମିରେ ପାଣି ମାଡିବା ତ ଦୂରର କଥା ଆଜିକୁ ୫ ବର୍ଷ ହେବ ଜଳସେଚନ ପ୍ରକଳ୍ପକୁ ଠିକ୍ କରିବା ପାଇଁ ଗ୍ରାମବାସୀ ଅଭିଯୋଗ କଲେ ମଧ୍ୟ ଜଳସେଚନ ପ୍ରକଳ୍ପ ଅଧିକାରୀ ଚୁପ୍ । ସେହିପରି ସମଲ ଜଳ ସଂମ୍ପଦ ବିଭାଗ ପକ୍ଷରୁ କୁଲେଇ ଗ୍ରାମକୁ ଗୋଟିଏ ପୋଖରୀ କାର୍ଯ୍ୟ କରିବା ପାଇଁ ଦିଆ ଯାଇଥିଲା । ପୋଖରୀ ହେଲା ସତ ହେଲେ ପୋଖରୀରେ ପାଣି ନାହିଁ । ଏଥିରୁ ସ୍ପଷ୍ଟ ଅନୁମାନ କରାଯାଏ ଯେ ଖାଲି ଠିକାଦାର ପୋଷିବା ପାଇଁ ମାଳମାଳ ଯୋଜନା ଏବଂ ଅସାଧୁ ଠିକାଦାର ମାନେ ଅଧିକାରୀ ମାନଙ୍କୁ ହାତଗୁଞ୍ଜା ଦେଇ କିଛି କାମ କରୁଛନ୍ତି । ସାଧାରଣ ଲୋକ ମାନଙ୍କ ପାଖରେ ଯୋଜନା ଗୁଡିକ ଯୋଜନ ଦୂରରେ ରହିଯାଉଛି । କୁଲେଇ ଗ୍ରାମର ନବଘନ ସାମଲ,ବିଦେଶୀ ମହାନ୍ତି, ନନ୍ଦକିଶୋର ସାମଲ, ପଙ୍କଜ ମହାନ୍ତି, ସୁଶାନ୍ତ ସାହୁ, ଗିରିଶ ସାମଲ, ଡିଲ ସାହୁ, ଅର୍ଜୁନ ମହାନ୍ତି, ଭାଇଗ ମହାନ୍ତି, ଅରୁଣ ମହାନ୍ତି ପ୍ରମୁଖ ଅତ୍ୟନ୍ତ ଦୁଃଖର ସହିତ ଅଭିଯୋଗ କରିଛନ୍ତି ।

Exit mobile version